ଗଜପତିରେ ଠିକାଦାର ଓ ପ୍ରଶାସନର ଛକାପଞ୍ଜାରେ ବଳି ପଡ଼ିଛି ମିଶନ ଶକ୍ତି କେଫେ
ଗଜପତି, 21/12(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ। ଉପାନ୍ତ ଅଞ୍ଚଳର ବିକାଶ ହେଲେ ରାଜ୍ୟର ବିକାଶ ହେବ ବୋଲି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।ହେଲେ ସ୍ୱୟଂ ସହାୟକ ମହିଳା ମାନଙ୍କ ପାଇଁ ଯେଉଁ ଯୋଜନା କରାଯାଇଛି ତାହା ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି।ସୂଚନା ମୁତାବକ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ମା ସନ୍ତୋସି ସ୍ୱୟଂ ସହାୟକ ଦୋଳ ଦୀର୍ଘ ୧୦ ବର୍ଷ ଧରି କେଣ୍ଟିନ୍ ପରିଚାଳନା କରୁଥିବା ବେଳେ ଅସୁରକ୍ଷିତ ଭାବେ ଭଙ୍ଗା ଘରେ ରୋଷେଇ କରି ଆସୁଛନ୍ତି।ସ୍ୱୟଂ ସହାୟକା ମାନଙ୍କ ଆବଶ୍ୟକତାକ ଦୃଷ୍ଟି ଦେଇ ସରକାର ନୂତନ କେଫେ ଗୃହ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ।
କିନ୍ତୁ ଦୁଖଃ ଆଉ ପରିତାପର ବିଷୟ ଯେ ଉକ୍ତ କେଫେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହେବାର ନାହିଁ ବୋଲି କହିଛନ୍ତି ମା ସନ୍ତୋସି ସ୍ୱୟଂ ସହାୟକା ଦଳର ସଭାପତି ବବିତା ପାଇକ,କୋଷାଧ୍ୟକ୍ଷ ସସ୍ମିତା ଦଳାଇ,ଭୂଦେବୀ ପାଇକ,ଲଳିନୀ ପାଇକ,ସରସ୍ବତୀ ଜେନା,ଲିଜ୍ଜା ଦଳାଇ ଓ ସନ୍ତୋସିନୀ ପାଇକ।ସେହିପରି ଦୀର୍ଘ ବର୍ଷ ଧରି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏପଟେ ପେଟି ଠିକାଦାର ପ୍ରାପ୍ୟ ଟଙ୍କା ପ୍ରଦାନରେ ବିଳମ୍ବ ଏବଂ ଅସହଯୋଗ ହୋଇଛି।
ଏନେଇ ବିଡ଼ିଓ ଦୁଲାରାମ ମାରାଣ୍ଡି ପେଟି ଠିକାଦାର ଉକ୍ତ କୋଠାକୁ ଅକ୍ତିଆର କରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ଜାଣି ସେରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଏବଂ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
