କେ ଏମ ଭାଲିଆସାହିରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ।
ଗଜପତି-୧୯/୧୨:୨୫(ମନୋଜ ପାଢ଼ୀ)
ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ କ୍ରମେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷାଧିକାରୀ ଡ ମାୟାଧର ସାହୁଙ୍କ ସଭାପତିତ୍ବରେ କାର୍ଯକ୍ରମ ପରିଚାଳିତ ହୋଇଥିଲା ବେଳେ, ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ରା ଉଦୟଗିରି ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଏ ରବି କୁମାର, ରା ଉଦୟଗିରି ଗୋଷ୍ଠି ଶିକ୍ଷାଧିକରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ, ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ବେହର୍ଦଳାଇ , ଟିକାମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଦାସ, ମୁକ୍ତିକାନ୍ତ ମଲ୍ଲିକ୍ ଏବଂ ଭାଗିରଥି ପରିଡା ଆଦି ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରାଇଥିଲେ। ଜିଲ୍ଲାର ସାତଟି ବ୍ଲକରୁ ୧୪୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ପ୍ରତି ବିଭାଗରୁ ଶ୍ରେଷ୍ଠ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସ୍ତରକୁ ମନୋନୀତ ହେବା ସହିତ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କେ ଏମ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ଵୟମପ୍ରଜ୍ଞା ପ୍ରଧାନ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି। ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।
