ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୨୦୨୫/୨୬ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।

ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୨୦୨୫/୨୬ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।
Spread the love

ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ୨୦୨୫/୨୬ ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଠାରେ ଦୁଇ ଦିନିଆ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମହାଦେବ ଭୋଇ ସଭାପତିତ୍ବ କରିଥିଲେ।

ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ପର୍ବତାରୋହୀ ଶ୍ରୀଯୁକ୍ତ ଆଶୀର୍ବାଦ ମହାପାତ୍ର ଯୋଗଦେଇଥିଲେ ଓ ପର୍ବତାରୋହଣର ନିଜର ଅଭିଜ୍ଞତାରୁ କିଛି ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ପିଏମଶ୍ରୀ ବିଦ୍ୟାଳୟର ଏସଏମସି ଚେୟାରମେନ ରାଶେଶ୍ବରୀ ଭୋଇ, ଆଲୁମିନୀ କମିଟି ଉପସଭାପତି ଗଂଗାଧର ମେହେର, ଭେଡେନ ବ୍ଲକ ରେମଣ୍ଡା ସିଆରସିସି ତନ୍ମୟ କୁମାର ଖମାରୀ ଓ ଥୁଆପାଲି ସକାଳର ସମ୍ବାଦିକ ଭବାନୀ ଶଙ୍କର ପାଢ଼ୀ। ସଭା ପରିଚାଳନା କରିଥିଲେ ଦେବପ୍ରସନ୍ନ ଦାଶ, ଶିକ୍ଷକ ନୀରରଂଜନ ପଟ୍ଟନାୟକ ସହଯୋଗ କରିଥିଲେ।ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଏନସିସି ଶିକ୍ଷକ ଓ ଏନଏସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଖେଳ ଶିକ୍ଷକ ଈଶ୍ବର ଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।