କାଶୀନଗର ବ୍ଲକରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ ।

କାଶୀନଗର ବ୍ଲକରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ । ଗଜପତି:୧୮/୧୨(ମନୋଜ ପାଢ଼ୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନୀ ସ୍ଥଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଉଦଘାଟନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଶ୍ରେଣୀଗୃହ ଗୁଡ଼ିକ ପରିଦର୍ଶନ କରିବା ସହ ବିଦ୍ୟାଳୟ ଓ ଶିକ୍ଷାଦାନ ଉପରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ । ସେହିଭଳି ସଂପୃକ୍ତ ବ୍ଲକର ଭୂପତି ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ଗୋରିବନ୍ଧା ଠାରେ ମଧ୍ୟ ଏକ ସୁବିଧା ଗୃହ ଉଦଘାଟନ କରିବା ସହ ପରେ ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଏକ ସଙ୍ଗ ଗୃହ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ସରପଞ୍ଚ ଶ୍ରୀ ତେଜେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ସରପଞ୍ଚ ଶ୍ରୀ ତେଜେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

କାଶୀନଗର ବ୍ଲକରେ ଅତିରିକ୍ତ ଶ୍ରେଣୀ ଗୃହ ଓ ସୁବିଧା କେନ୍ଦ୍ର ବିଧାୟକଙ୍କ ଦ୍ଵାରା ଉଦଘାଟିତ ।

ଗଜପତି:୧୮/୧୨(ମନୋଜ ପାଢ଼ୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ଗ୍ରାମ ଠାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।

ବିଧାୟକ ରୁପେଶ ପାଣିଗ୍ରାହୀ ଉଦଘାଟନୀ ସ୍ଥଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଉଦଘାଟନ ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଶ୍ରେଣୀଗୃହ ଗୁଡ଼ିକ ପରିଦର୍ଶନ କରିବା ସହ ବିଦ୍ୟାଳୟ ଓ ଶିକ୍ଷାଦାନ ଉପରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ।

ସେହିଭଳି ସଂପୃକ୍ତ ବ୍ଲକର ଭୂପତି ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ଗୋରିବନ୍ଧା ଠାରେ ମଧ୍ୟ ଏକ ସୁବିଧା ଗୃହ ଉଦଘାଟନ କରିବା ସହ ପରେ ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଏକ ସଙ୍ଗ ଗୃହ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ସରପଞ୍ଚ ଶ୍ରୀ ତେଜେଶ୍ୱର୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ।