ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତ ସଂଗ୍ରହ।

ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତ ସଂଗ୍ରହ।
Spread the love

ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର, ୨୫ୟୁନିଟ ରକ୍ତ ସଂଗ୍ରହ।

ସେମିଳିଗୁଡା.ତାରିଖ ୧୯,୧୨,୨୦୨୫,ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।

ଏହି ରକ୍ତଦାନ ଶିବିରକୁ ଡିସିବି ବ୍ୟାଙ୍କର ଆଂଚଳିକ ମୂଖ୍ଯ ପ୍ରିୟବ୍ରତ ସାମଲ ଓ ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ତଥା ଏଫବିଡିଓ କୋରାପୁଟ ଶାଖାର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଫିତା କାଟି ଉଦଘାଟନ କରିଥିଲେ। ଏହି ଶିବିରରେ ସର୍ବ ପ୍ରଥମେ ଶ୍ରୀମତୀ ସ୍ନିଗ୍ଧାରାଣୀମିଶ୍ର ତାଙ୍କର ୫୫ତମ ରକ୍ତଦାନ କରିଥିଲେ।

ଏହାପରେ ଆଂଚଳିକ ମୂଖ୍ଯ ପ୍ରିୟବ୍ରତ ସାମଲ, କ୍ଲଷ୍ଟର ମୂଖ୍ଯ ଆଶିଷ ମିଶ୍ର, ଶାଖା ପରିଚାଳକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ଏଫବିଡିଓ କୋରାପୁଟ ଶାଖାର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଭାପତି ବିଜୟ କୁମାର ସାହୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ମନୋଜ, ଜ୍ବୋତି,ଶାନ୍ତି,ଦୁର୍ଗା,ମମିନ,ଜୁନେଶ ପ୍ରଭୃତି ରକ୍ତଦାନ କରିଥିଲେ ଓ ସହଯୋଗ କରିଥିଲେ।

କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ, କର୍ମଚାରୀ,ଦେବବ୍ରତ, ଉମାକାନ୍ତ, ଅଜିତ ଓ ରବିନ୍ଦ୍ର ରକ୍ତ ସଂଗ୍ରହ କରିଥିଲେ। ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।