ଡିସିବି ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ସାଇବର ସଚେତନତା।
ସେମିଳିଗୁଡା.ତାରିଖ ୧୭,୧୨,୨୦୨୫,ସେମିଳିଗୁଡା ଡିସିବି ବ୍ୟାଙ୍କ ତରଫରୁ ବରିଷ୍ଠ ନାଗରିକ ସଂଘର ସଦସ୍ଯମାନଙ୍କୁ ସାଇବର ଅପରାଧ ନିୟନ୍ତ୍ରଣ ଉପରେ ସଚେତନତା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର ଆଂଚଳିକ ମୂଖ୍ଯ ପ୍ରିୟବ୍ରତ ସାମଲ,କ୍ଲଷ୍ଟର ମୂଖ୍ଯ ଆଶିଷ ମିଶ୍ର ଯୋଗଦେଇ ସାଇବର ଅପରାଧୀ ଓ ଠକାମୀରୁ ନିଜକୁ କିପରି ବଂଚାଇ ପାରିବେ, ସେ ଉପରେ ଆଲୋକପାତ କରିଥିଲେ।
ସେମିଳିଗୁଡା ଶାଖା ପରିଚାଳକ ସନ୍ତୋଷ କୁମାର ପଣ୍ଡା,ଓ କର୍ମଚାରୀ,ମନୋଜ,ଜ୍ବୋତି, ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ। ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରତାପ ପାତ୍ର, ସଂପାଦକ ଭୂବନେଶ୍ବର ପଟ୍ଟନାୟକ,ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ବିଜୟ କୁମାର ସାହୁ,ସଦସ୍ଯା ସ୍ନିଗ୍ଧାରାଣୀ ମିଶ୍ର ଆଲୋଚନାରେ ଭାଗ ନେଇଥିଲେ।
ବହୁ ବରିଷ୍ଠ ନାଗରିକ ଯୋଗଦେଇ ଥିଲେ।
