ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା
ରେଢ଼ାଖୋଲ: ସଡ଼କ ଦୁର୍ଘଟଣାରେ ପ୍ରାଣ ହାରାଇଥିବା ରେଢ଼ାଖୋଲ ଅଞ୍ଚଳର ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୃତ ସାମ୍ବାଦିକଙ୍କ ପରିବାରକୁ ଅନୁକଂପାମୂଳକ ସହାୟତା ସ୍ୱରୂପ ମୁଖ୍ୟମନ୍ତ୍ରୀ CMRF (ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ) ରୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ନାକଟିଦେଉଳ ଅଞ୍ଚଳରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ମୃତ୍ୟୁ ଘଟିଥିଲା।
ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ମହଳ ସହ ସାଧାରଣ ଜନତାଙ୍କ ମଧ୍ୟରେ ଶୋକର ଛାୟା ଫେଲାଇଛି।
