ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା।

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା।
Spread the love

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମଦ ଏସ୍ (୧୮) ଓ ସେ ଗତ ଏପ୍ରିଲ ମାସ ୨୮ ତାରିଖରୁ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡ୍ ସ୍ଥିତ ଭୁବନେଶ୍ୱରୀ ମୋବାଇଲ ପଏଣ୍ଟ ରେ ଟେକ୍ନସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ସ୍ଥିତ ବ୍ରିଟ୍ କୋ କମ୍ପାନୀ ତରଫରୁ କିଛି ପିଲା ଭୁବନେଶ୍ୱରୀ ମୋବାଇଲରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଦୋକାନର ଉପର ମହଲାରେ ରହୁଥିଲେ ।

ଅହମଦ୍ ଆଜି ସକାଳେ ମାଲିକ ବିକ୍ରମ ଶତପଥୀଙ୍କୁ ଦେହ ଭଲ ଲାଗୁ ନ ଥିବା କହି କାମକୁ ଯାଇ ନ ଥିଲେ । ତାଙ୍କ ସହିତ ମେସରେ ଥିବା ଅନ୍ୟ ଚାରି ଜଣ କାମକୁ ଯାଇଥିଲେ। ଖରାବେଳେ ଖାଇବା ପାଇଁ ଘରକୁ ଆସିଥିବା ସମୟରେ,ଅହମଦ୍ ଏକ ଗାମୁଛାକୁ ବେକରେ ଗୁଡେଇ ରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିଥିଲେ ।

ତୁରନ୍ତ ମାଲିକ ବିକ୍ରମକୁ ଫୋନ୍ କରି ଜଣାଇଥିଲେ । ବିକ୍ରମ ଏ ନେଇ ବେଲଗୁଣ୍ଠା ପୋଲିସକୁ ଲିଖିତ ଆକାରରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ୧୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।