ମାଲକାନଗିରି MV-26 ଉତ୍ତେଜନା: 163 ଘର ପୋଡ଼ି, ଶବ ସତ୍କାର ସମୟରେ ହଜାର ଲୋକଙ୍କ ଭିଡ଼

ମାଲକାନଗିରି MV-26 ଉତ୍ତେଜନା: 163 ଘର ପୋଡ଼ି, ଶବ ସତ୍କାର ସମୟରେ ହଜାର ଲୋକଙ୍କ ଭିଡ଼

ମାଲକାନଗିରି:ମାଲକାନଗିରିର ଏମଭି–26 ଗ୍ରାମରେ ନିଆଁ ଘଟଣା ପରେ ପରିସ୍ଥିତି ଧୀରେ ସୁଧାରୁଛି। 188 ଘରରୁ 163 ଘର ପୂର୍ଣ୍ଣ ଭାବେ ଭସିଯାଇଛି। ପୁଲିସ, ଡିଭିଏଫ ଓ ବିଏସଏଫ ଛାଉଣୀ କରାଯାଇଛି। ମୃତକ ଲାକେ ପୋଡ଼ିଆମୀଙ୍କ ଶବ ସତ୍କାର ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପକ୍ଷରୁ ପରିବାରକୁ 4 ଲକ୍ଷ ଦିଆଯିବ ବୋଲି ଘୋଷଣା।

ନିଆଁ ଦାଉରୁ ଗୋଟିଏ ବି ଘର ବର୍ତ୍ତି ନଥିଲା।ଆଜି ସକାଳୁ ଗାଁରୁ ଚାଲି ଯାଇଥିବା ଲୋକେ ଫେରି ବଳକା ଥିବା ଜିନିଷ ରୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗୋଟିଏ ବି ଜିନିଷ ନିଆଁ ଦାଉରୁ ରକ୍ଷା ପାଇନଥିଲା। ଗାଁରେ ସିସିଟିଭି ପ୍ରଶାସନ ଲଗାଇଲା। ଗାଁର ୧୮୮ଟି ଗୃହରୁ ୧୬୩ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନ୍ୟ ଦିଗରେ ମେଡିକାଲରୁ ଶବକୁ ଆଦିବାସୀ ସଂଘ ନେଇ ଗାଁରେ ଶବ ସତ୍କାର କରିଥିଲେ। ହଜାର ହଜାର ଲୋକେ ମୃତ ଲାକେ ପୋଡ଼ିଆମୀଙ୍କୁ ଶେଷ ଦର୍ଶନ ପାଇଁ ଉପସ୍ଥିତ ଥିଲେ। ଲାକେ ପୋଡ଼ିଆମୀଙ୍କ ଜମିରେ ହିଁ ଶବକୁ ପୋତା ଯାଇଥିଲା। ମୁଣ୍ଡ ବିହୀନ ଥିବାରୁ ମାଟିରେ ମୁଣ୍ଡ ତିଆରି କରାଯାଇ ରଖାଯାଇଥିଲା।

ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନଜିଲ୍ଲାପାଳଙ୍କ ଘୋଷଣାଜିଲ୍ଲାପାଳ ଲୋକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଡିଜି ୱାଇ ବି ଖୁରାନୀୟା, ଏଡିଜି ସଂଜୀବ ପଣ୍ଡା, ଗୁଇନ୍ଦା ଡ଼ିଆଇଜି ଆଖିଲେଶ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି କେ ବି ସିଂ, ଏସପି ବିନୋଦ ପାଟିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପସ୍ଥିତ ଥିଲେ।

ଏଥିସହ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଶବ ସତ୍କାର ସମୟରେ ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ଟାଙ୍ଗୁଲ, ମାନସ ମାଡକାମୀ, ବନ୍ଧୁ ମୁଦୁଲି, ବଂଶୀଧର ମୁଦୁଲି, ପ୍ରଦୀପ ମାଝୀ, ମାଲା ମାଢି, ଗଙ୍ଗାଧର ବୁରୁଦା, ହରି ଗଲୋରୀ ପ୍ରମୁଖ ଉପସ୍ଥିତ ଥିଲେ।