ବେଆଇନ ଜୁଆଖେଳ ଯୋଗୁଁ ଗଜପତି ଜିଲ୍ଲାରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ଦୁଃଖଦ ଜୀବନ ବିତାଉଛନ୍ତି ।

ବେଆଇନ ଜୁଆଖେଳ ଯୋଗୁଁ ଗଜପତି ଜିଲ୍ଲାରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ଦୁଃଖଦ ଜୀବନ ବିତାଉଛନ୍ତି ।
Spread the love

ବେଆଇନ ଜୁଆଖେଳ ଯୋଗୁଁ ଗଜପତି ଜିଲ୍ଲାରେ ବହୁ ପରିବାର ସର୍ବସ୍ୱାନ୍ତ ହୋଇ ଦୁଃଖଦ ଜୀବନ ବିତାଉଛନ୍ତି ।

ଗଜପତି, 9/12(ମନୋଜ ପାଢୀ) ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ ଜୁଆଖେଳ ବିଶେଷ ଭାବେ ଚାଲୁ ରହିଥିବା ଅଭିଯୋଗ ହୋଇଛି. ବେଆଇନ ଓ ଅବାଧ ଜୁଆଖେଳ ଯୋଗୁଁ ବହୁ ଲୋକ ସର୍ବସ୍ୱାନ୍ତ ପାଲଟି ଦୁଃଖଦ ଜୀବନଯାପନ କରୁଛନ୍ତି. ଏହି ଜୁଆଖେଳ ଯୋଗୁଁ ପାରିବାରିକ ଅଶାନ୍ତି ବଢ଼ୁଥିବା ବେଳେ ଲୋକଙ୍କ ଅଞ୍ଚଳର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ିଯାଉଛି। ଗଜପତି ଜିଲ୍ଲାର ଏହି ବେଆଇନ ଜୁଆ ଖେଳ ଯୋଗୁଁ ମାସିକ ବଟି ନେଇ କିଛି ସ୍ୱାର୍ଥକାରୀ ପୁଲିସ କର୍ମଚାରୀ ପରୋକ୍ଷରେ ସମର୍ଥନ ଦେଉଥିବା ବୁଦ୍ଧିଜୀଵୀ ମହଲରେ ଅଭିଯୋଗ ହୋଇଛି।

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ବିରାଜିତ ହନୁମାନଙ୍କ ମନ୍ଦିର ପାହାଡ଼କୁ ଲାଗିଥିବା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅବାଧ ଭାବରେ ଜୁଆଖେଳ ଚାଲିଥିବା ଅଭିଯୋଗ ହୋଇଛି। ପୁଲିସ ଫାଣ୍ଡି ଠାରୁ କେବଳ ୨କିମି. ପରିସରରେ ଚାଲିଥିବା ଜୁଆଖେଳରେ ଖଜୁରୀପଦା, ନୂଆଗଡ଼, ଗୁମ୍ମା, ସେରଙ୍ଗ, ମୋହନା, ଗୁଣପୁର ଓ ଆନ୍ଧ୍ରପ୍ରଦେଶରୁ ବହୁ ଜୁଆଡ଼ି ଆସି ଏଠାରେ ଜୁଆ ଖେଳୁଥାନ୍ତି । ପ୍ରତେକ ଦିନ ସକାଳ 10 ଟାରୁ ଖେଳ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲୁଛି।

ଏତେ ଗାଡ଼ି ଜମା ହୋଇଥାଉଛି ଯେ ଲାଗିବ ସତେ ଯେମିତି କାହାର ବିବାହ କିମ୍ବା ଅନ୍ୟ କୌଣସି ଉତ୍ସବ ଚାଲିଛି। ଏହି ଜୁଆ ଖେଳ ଯୋଗୁଁ ଅନେକ ଲୋକ ସର୍ବସ୍ବାନ୍ତ ହୋଇ ଧାର କରଜରେ ବୁଡି ରହି ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ଗଜପତି ଜିଲ୍ଲାର ଏହି ବେଆଇନ ଜୁଆ ଖେଳ ଯୋଗୁଁ ବହୁ ପରିବାରଙ୍କ ସ୍ଥିତି ବିପନ୍ନ ହୋଇଯାଇଛି । ଏଭଳି ବେଆଇନ ଅବାଧ ଜୁଆ ଖେଳକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।