କଇଠପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା, ତିନି ଆହତ।

କଇଠପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା, ତିନି ଆହତ।

କଇଠପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା, ତିନି ଆହତ।

ଗଜପତି (ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଠପଦର ଛକ ନିକଟରେ ଆଜି ସଂଧ୍ୟା ସାତଟା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣା ରେ 3 ଜଣ ଆହାତ ହୋଇଛନ୍ତି । ଆହାତ ମାନେ ହେଲେ ଜକରା ବନ୍ଦ ଗ୍ରାମର କୁନା ବୁରୁଜାଙ୍ଗ ଗ୍ରାମର ପୁରୁସ୍ତମ , ଏବଂ ମୋନଜ ବୋଲି ପ୍ରାଥମିକ ସୁଚନା ମିଳିଛି । ସୂଚନା ପ୍ରକାରେ ମନୋଜ ଏବଂ ପୁରୁଷୋତ୍ତମ ଛେଳି ମନ୍ଦା ପକାଇ ନିଜ ଗ୍ରାମ ବୁରୁଜଙ୍ଗ କୁ ଯାଉଥିବା ବେଳେ ଅପର ପଟୁ ଅନ୍ୟ ବାଇକ ସହ ଧକ୍କା ହୋଇ ତିନି ବାଇକ ଆରୋହୀ ଛିଟିକି ପଡି ଆହାତ ହୋଇ ଯାଇଛନ୍ତି। ଅନ୍ୟ ଦୁଇ ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ନିଜ ଘରକୁ ଫେରି ଯାଇଥିଲେ। ଅନ୍ୟ ଜଣେ ଆହାତଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଉଥିବା ବେଳେ ଡକ୍ଟର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଥିବା ସୁଚନା ମିଳିଛି।