ଗୋଲାପୀ ସିର୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା | ଜାତୀୟ ପାରା ସନ୍ତରଣରେ ସ୍ବର୍ଣ୍ଣ ଓ ରୌପ୍ୟ

"ଜାତୀୟ ପାରା ସନ୍ତରଣରେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିବା ଗୋଲାପୀ ସିର୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା"

ଯାଜପୁର: ଯାଜପୁର ଜିଲ୍ଲାର ରାଁସୋଳ ପଞ୍ଚାୟତର କାକୁଡ଼ିଆ ଗାଁର ପ୍ରତିଭାଶାଳି ଝିଅ ଗୋଲାପୀ ସିର୍କା ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତି ଓଡ଼ିଶାର ଗୌରବ ବଢ଼ାଇଛନ୍ତି।

ଭୁବନେଶ୍ୱରରେ ଅନୁଷ୍ଠିତ ସ୍ବତନ୍ତ୍ର ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଗୋଲାପୀଙ୍କୁ ସ୍ମାରକୀ, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ।

ଗୋଲାପୀ ସିର୍କାଙ୍କ ଏହି ସଫଳତା ଭିନ୍ନକ୍ଷମ କ୍ରୀଡ଼ାଳୀମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ମିଳିଛି। ତାଙ୍କର ଶେଷ୍ଟ ପ୍ରଦର୍ଶନ ପ୍ରତି ରାଜ୍ୟରେ ସର୍ବତ୍ର ସମ୍ମାନ ଓ ପ୍ରଶଂସା ଦେଖାଯାଉଛି।