ଅର୍ଥ ତୋଷାରପାତ ଅଭିଯୋଗରେ ପଞ୍ଚାୟତ ଅଧିକାରୀ ନିଲମ୍ବିତ।

ଅର୍ଥ ତୋଷାରପାତ ଅଭିଯୋଗରେ ପଞ୍ଚାୟତ ଅଧିକାରୀ ନିଲମ୍ବିତ।

ଅର୍ଥ ତୋଷାରପାତ ଅଭିଯୋଗରେ ପଞ୍ଚାୟତ ଅଧିକାରୀ ନିଲମ୍ବିତ।( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଶାସ୍ତ୍ରୀ ଙ୍କୁ ତାରାସିଂ ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ କିଛି ମାସ ହେଲା ଉକ୍ତ ପଞ୍ଚାୟତ ରେ ଅର୍ଥ ଠକେଇ ବିଷୟରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହେଉଥିଲା ଓ ଅଭିଯୋଗ ଗ୍ରହଣ କରି ବିଡ଼ିଓ ଭାରତୀ ଦେବୀ ଏକ ଟିମ୍ କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ୍ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ଲୋକମାନଙ୍କ ଦେୟ ଅର୍ଥ ଯାଞ୍ଚ କରିବା ପାଇଁ ଚାହିଁଲେ। କିନ୍ତୁ ପିଇଓ ଶାସ୍ତ୍ରୀ ତଦନ୍ତ ରେ ସହଯୋଗ କରିନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଟିମ୍ ର ତଦନ୍ତ ରିପୋର୍ଟ କୁ ଭିତ୍ତି କରି ତାରା ସିଂ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ପଞ୍ଚାୟତ ଅଧିକାରୀ କୁ ମାମଲା ନଂ ୪୨୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।