କୋଳନରା ବ୍ଲକ ସ୍ତରୀୟ ଚଇତି, ୨୦୨୫ଆସନ୍ତା ୧୧ ତାରିଖ ରେ ଅନୁଷ୍ଠିତ ହେବ
ରାୟଗଡ ( ଅମୁଲ୍ୟ ନିଶଙ୍କ ) ରାୟଗଡ ଜ଼ିଲ୍ଲା ର କୋଳନରା ବ୍ଲକ ସ୍ତରୀୟ ଚଇତି ମୋହତ୍ସବ ୨୦୨୫ ଚକିତ ମାସ ୧୧ ତାରିଖରେ ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ମିନିଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ ବୋଲି ରୀନା ପ୍ରଧାନ ଅଧକ୍ଷା ବ୍ଲକ ସଂକୃତିକ ପରିଷଦ ତଥା ଗୋଷ୍ଠି ଉନୟନ ଅଧିକାରୀ କୋଳନରା ଜଣାଇଛନ୍ତି l ବିଡ଼ିଓ ଙ୍କ ସହିତ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ହୋତା ବାବୁ ଓ ଏକାଉଣ୍ଟସ ଅଧିକାରୀ ଭୋଇ ବାବୁ ମା ମଝିଘରିଆଣି ଙ୍କ ମନ୍ଦିର କୁ ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମା ଙ୍କ ଦେଇଥିଲେ ଚଇତି ୨୦୨୫ ଉପଲକ୍ଷେ l ଆସନ୍ତା ୬ ତାରିଖ ରେ କବିତା ଆସର ଓ କ୍ଷୁଦ୍ର ଗଣଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ ଚଳିତ ବୋଲି ଜଣାଇଛନ୍ତି l ଚଳିତ ମାସ ୧୧ ତାରିଖ ସକାଳ ୦୮. ୩୦ ସମୟରେ ସତ୍ୟସାଇବାବା ମନ୍ଦିର ନିକଟସ୍ଥ ଝରଣା ରୁ ପୂଜାଅର୍ଚନା କରି କଳସ ଯାତ୍ରା ମୁଖ୍ୟ ରାସ୍ତା ଦେଇ ଚଇତି ମଣ୍ଡପ ରେ ପହଂଚିବ l ଦିନ ୧୦ ଘଂଟିକା ସମୟରେ ଉଦଘାଟନ ଉତ୍ସବ, ୧୦. ୧୦ ରେ ମୁଖ୍ୟ ଅତିଥି ଙ୍କ ଅଭିଭାଷଣ, ୧୦. ୩୦ ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅପରାହ୍ନ ୦୧. ୩୦ ରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ୦୨ ଘଂଟିକାରେ ଉଦଯାପନୀ ଓ, 2.୩୦ ସମୟରେ ଭୋଜନ ର ବ୍ୟବସ୍ଥା କରାଯିବ ବୋଲି ଚଇତି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସପ୍ତଗିରି ଉଲାକା ସାଂସଦ କୋରାପୁଟ ସମ୍ମାନିତ ଅତିଥିଭାବେ ନୀଳମାଧବ ହିକକା ବିଧାୟକ ବିଷମକଟକ, କାଡ୍ରକା ଆପାଳସ୍ୱାମି ବିଧାୟକ ରାୟଗଡ, ସତ୍ୟଜିତ ଗମାଙ୍ଗ ବିଧାୟକ ଗୁଣୁପୁର ସରସ୍ବତୀ ମାଝୀ ଅଧକ୍ଷା ଜ଼ିଲ୍ଲା ପରିଷଦ ରାୟଗଡ, ଆଶୁତୋଷ କୁଲକାର୍ଣ୍ଣି ଜ଼ିଲ୍ଲାପାଳ ରାୟଗଡା, ସ୍ଵାତି ଏସ କୁମାର ଏସ ପି ରାୟଗଡ, ସଚିନ ଆନାସାହେବ ଓଲ ଡ଼ିଏଫଓ ରାୟଗଡ, ଅକ୍ଷୟ ଖେମୁଣ୍ଡୁ ମୁଖ୍ୟ ଉନ୍ନୟନ ତଥା ନୁର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ରାୟଗଡ, ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡ, ନିହାର ରଂଜନ କହ୍ନର ଅତିରିକ୍ତ ଜ଼ିଲ୍ଲାପାଳ ରାୟଗଡ, ରମେଶ ଚନ୍ଦ୍ର ଜେନା ଉପ ଜ଼ିଲ୍ଲାପାଳ ରାୟଗଡ, ସଂଯୁକ୍ତା କୁଲେଷିକା ଅଧକ୍ଷା କୋଳନରା ପଂଚାୟତ ସମିତି, ହଳଧର ହିମିରିକା ଉପାଧକ୍ଷ କୋଳନରା ପଂଚାୟତ ସମିତି, ଓ ସମସ୍ତ ନିର୍ବାଚିତ ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା କୋଳନରା ବ୍ଲକ ଯୋଗ ଦେବେ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଜଣାଇଛନ୍ତି l ଚଳିତ ମାସ ୧୧ ତାରିଖରେ ବହୁ ସଂଖ୍ୟା ରେ ଜନସାଧାରଣ ଏହି ବ୍ଲକ ସ୍ତରୀୟ ଚଇତି ୨୦୨୫ ରେ ଯୋଗ ଦେବା ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ
