ବେଆଇନ ଭାବେ ଏସ ଆର ଟାୱାର ରେ ଗାଡି ପର୍କିଙ୍ଗ ସ୍ଥାନ ରେ ଦୋକାନ 4 ମୋହଲା ରେ ପେଣ୍ଟା ହାଉସ ନିର୍ମାଣ କୁ ନେଇ ଟାୱାର ମାଲିକ ଓ ବିଲଡର ଙ୍କ ମଧ୍ୟଭରେ ବିବାଦ

ବେଆଇନ ଭାବେ ଏସ ଆର ଟାୱାର ରେ ଗାଡି ପର୍କିଙ୍ଗ ସ୍ଥାନ ରେ ଦୋକାନ 4 ମୋହଲା ରେ ପେଣ୍ଟା ହାଉସ ନିର୍ମାଣ କୁ ନେଇ ଟାୱାର ମାଲିକ ଓ ବିଲଡର ଙ୍କ ମଧ୍ୟଭରେ ବିବାଦ
Spread the love

ବେଆଇନ ଭାବେ ଏସ ଆର ଟାୱାର ରେ ଗାଡି ପର୍କିଙ୍ଗ ସ୍ଥାନ ରେ ଦୋକାନ 4 ମୋହଲା ରେ ପେଣ୍ଟା ହାଉସ ନିର୍ମାଣ କୁ ନେଇ ଟାୱାର ମାଲିକ ଓ ବିଲଡର ଙ୍କ ମଧ୍ୟଭରେ ବିବାଦ

ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡା ର କଲେଜ ରୋଡ ର ପ୍ଲଟ ନମ୍ବର 259/2155/3001, 259/2155/3001, 259/2155/3003,259/2155/3004,259/ 2155/3005 ଓ 260/3011 ରେ ଗ୍ରାଉଣ୍ଡ + 3 ମୋହଲା ଅଫିସ ଓ ରେସିଡେଣ୍ଟ ବିଲଡିଂ ଏପାର୍ଟମେଣ୍ଟ ନିର୍ମାଣ ନିମନ୍ତେ କେ ଆମରନାଥ କୁମୁନ୍ଦନ ଓ ଅନ୍ୟ କୁ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀ ଙ୍କ ପତ୍ର ସଂଖ୍ୟା 438/ଆର ଏସ ପି ଏ ତା 18.04.2023 ରେ ଲାଇସେନ୍ସ ଦେଇଥିଲେ l ଠିକ ସେହିପରି ରାୟଗଡା ପୌର ପାଳିକା ତାଙ୍କରି ପତ୍ର ସଂଖ୍ୟା 3283/31/07/2013 ରେରାୟଗଡା କଲେଜ ରୋଡ ର ପ୍ଲଟ ରେ ପୌର ପରିଷଦ ନିୟମ 267 ଅନୁଯାଇ ଗ୍ରାଉଣ୍ଡ + 3 ମୋହଲା ରେସିଡେଣ୍ଟ ବିଲଡିଂ ନିର୍ମାଣ ନିମନ୍ତେ ଅନୁମତି ଦେଇଥିଲେ l ଏହାପରେ ଡେଭଲପର ଓ ବିଲଡର ଶ୍ରୀ ଲଷ୍ମୀ ଡେଭଲପର ଆଦିରେଡି ଶ୍ରୀନିବାସ ପ୍ରସାଦ କୋପରେଟିଭ କଲୋନୀ ରାୟଗଡା ଓ ଈଶ୍ୱର ଚେଟି ଶିକରପାଇଁ ରାୟଗଡା ମେନେଜଙ୍ଗ ପାର୍ଟନର ଓ କାର୍ଯ୍ୟକାରୀ ପାର୍ଟନର ଭବେ ଏସ ଆର ଟାୱାର ରେ ଏ ଓ ବି ବ୍ଲକ ରେ ସର୍ବମୋଟ 48 ଗୋଟି ଫ୍ଲାଟ ନିର୍ମାଣ କରି ଥିଲେ l ପରେ ବିଭିନ ବ୍ୟକ୍ତି କୁ ବିକ୍ରି କରିଥିଲେ l ଫ୍ଲଟ ମାଲିକ ଙ୍କ ଗାଡି ରଖିବା ନିମନ୍ତେ ପର୍କିଙ୍ଗ ବ୍ୟବସ୍ଥା ଗ୍ରାଉଣ୍ଡ ଫ୍ଲୋର ରେ କରିଥିଲେ l କିନ୍ତୁ ପରବର୍ତୀ ମୁହୂର୍ତ୍ତ ରେ ଏ ଓ ବି ବ୍ଲକ ରେ ଦୁଇଟି ବାଣିଜ୍ୟକ ବଖରା ଓ 4 ମୋହଲା ରେ ଦୁଇଟି ପେଣ୍ଟା ହାଉସ ନିର୍ମାଣ କରିଥିବାରୁ ଫ୍ଲାଟ ମାଲିକ ମାନେ ରାୟଗଡା ପୌର ପରିଷଦ କୁ ଅବଗତ କରାଇଥିଲେ l ଏହାପରେ ରାୟଗଡ ପୌରସଂସ୍ଥା କାର୍ଯ୍ୟାଳୟ,ରାୟଗଡ ଙ୍କ ପତ୍ର ସଂଖ୍ୟା 3006. 28/9/2020. ରେ ଶ୍ରୀ କେ ରଘୁ ପ୍ରସାଦ କୁମୁନନ୍ଦନ ଓ ଓଗେର ପି– ସ୍ବର୍ଗତଃ କେ ରାମମୁର୍ତି କୁମୁନନ୍ଦନ ନ୍ୟୁକଲୋନି, ରାୟଗଡା କୁ ନୋଟିସ କରିଥିଲେ ଯେ ଏସ ଆର ଟାୱାର ପ୍ଲାନ ଅନୁମୋଦନ ହୋଇଥିବା ପ୍ଲାନରେ ଗାଡିରଖିବା ପାଇଁ ସ୍ଥାନ ରଖାଯାଇଥିଲା ବର୍ତ୍ତମାନ ଆପଣ ଉକ୍ତ ପ୍ଲାନକୁ ବ୍ୟତିକ୍ରମ କରି ଗାଡିରଖିବା ସ୍ଥାନ ଗୁଡିକରେ ଦୋକାନ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଅଛି । ଏଣୁ ଆପଣଙ୍କୁ ଆଦେଶ ଦିଆଗଲା କି ବେଆଇନ ଭାବେ ନିର୍ମାଣକରିଥିବା ଅଟ୍ଟାଳିକାର ପ୍ଲାନ ଓ ପ୍ରାସଙ୍ଗିକ ନଥିପତ୍ର ସହ ନିମ୍ନସ୍ବାକ୍ଷକାରୀଙ୍କ ନିକଟରେ ତା.୦୧ ୧୦. ୨୦୨୦ ଅପରାହ୍ନ ୪ ଘାଣ୍ଟିକା ସମୟରେ ଉପସ୍ଥିତ ରହିବା ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରସଂସ୍ଥା ରାୟଗଡା ନୋଟିସ ଜାରି କରିଥିଲେ l ଦୋକାନ ଗୃହ ଓ ପେଣ୍ଟା ହାଉସ ନିର୍ମାଣ କୁ ନେଇ ଫ୍ଲାଟ ମାଲିକ ଓ ବିଲଡର ଙ୍କ ମଧ୍ୟ୍ୟ ରେ ଅସନ୍ତୁଷ୍ଟ ବଢିଲା ଏହି ନିର୍ମାଣ କୁ ବିରୋଧ କରି ଫ୍ଲାଟ ମାଲିକ ରେରା କୋର୍ଟ ର ଆଶ୍ରୟ ନେଇଥିଲେ l ରେରା ର ଜୁଡ଼ିସିଆଲ ମେମ୍ବର ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓ ଆଡମିନଷ୍ତ୍ରାସନ ମେମ୍ବର ପ୍ରଦୀପ କୁ ବିଶ୍ୱାଳ ଏହି ବାଣିଜ୍ୟକଣ ବିଲଡିଂ ଓ ପେଣ୍ଟା ହାଉସ ଭାଙ୍ଗିବା ନିମନ୍ତେ ସ୍ୱତନ୍ତ୍ର ପ୍ଳାନିଙ୍ଗ ଅଧିକାରୀ ଙ୍କୁ 2956/02.06.2025 ରେ ନିର୍ଦେଶ ଦେଇଥିଲେ l ଏହା ପରେ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀ ରାୟଗଡା ଆଦିରେଡି ଶ୍ରୀନିବାସ ପ୍ରସାଦ ଓ ଈଶ୍ୱର ଚେଟି କୁ ଏସ ଆର ଟାୱାର ରେ ନିର୍ମିତ ବାଣିଜ୍ୟ ବିଲଡିଂ ଓ ପେଣ୍ଟା ହାଉସ ଭାଙ୍ଗିବା ନିମନ୍ତେ ନିର୍ଦେଶ ଦେଇଥିଲେ l ଫ୍ଲାଟ ମାଲିକ ଙ୍କ ପକ୍ଷରୁ ରାୟଗଡା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିବା ଫ୍ଲାଟ ମାଲିକ କେ ରାଜେଶ ଏମ ସୁଜାତା ଜୀବନ ପାଡ଼ି ଏସ ପ୍ରକାଶ ରାଓ ଲା ଡ଼ି ନାଗାମା ବିଷ୍ନୁପ୍ରିୟା ପାଣିଗ୍ରାହୀ ଙ୍କ ସମତେ ବହୁ ମାଲିକ କହିଛନ୍ତି l ଗତ ଗତ ମାସ 3 ତାରିଖ ରେ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି l ପୁନଶ୍ଚ ଏହି ଟାୱାର ର ବିଲଡର ଅଗ୍ନିଶମ ବିଭାଗ ରୁ ଅଗ୍ନିନିର୍ବାପକ ସାର୍ଟିଫିକେଟ ପାଇନାହାନ୍ତି ବୋଲି କହିଛନ୍ତି l ଫ୍ଲାଟ ମାଲିକ ମନେ ଅଭିଯୋଗ କରୁଛନ୍ତି ଯେ ପୌର ପାଳିକା ଓ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀଙ୍କ ବିଲଡର ଙ୍କ ସହିତ କୌଣସି ବିଝମଣା ହୋଇଛି ସେଥିପାଇଁ ଚୁପ ବସିଛନ୍ତି ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଭାବେ ଏସ ଆର ଟାୱାର ରେ ପାର୍କିଙ୍ଗ ଏରିଆ ରେ ନିର୍ମିତ ବାଣିଜ୍ୟକଣ ବିଲଡିଂ ଓ 4 ମୋହଲା ରେ ନିର୍ମିତ ପେଣ୍ଟା ହାଉସ କୁ ଭାଙ୍ଗିବା ନିମନ୍ତେ ଅନୁରୋଧ କରିଛନ୍ତି l ବିଲଡର ଙ୍କ ପ୍ରତିକ୍ରିୟା ନେବା ନିମନ୍ତେ ଈଶ୍ୱର ଚେଟି ଙ୍କୁ ତାଙ୍କରି ଫୋନ ନମ୍ବର ରେ 2/12/2025 ଦିନ l ଯୋଗାଯୋଗ କରିବାରୁ ନିଜର ପ୍ର୍ରୀକ୍ରିୟା ରେ କହିଲେ ଯେ ମୁଁ ସେଲିଙ୍ଗ ପାର୍ଟନେର ମୋର ସେଥିରେ କିଛି ନାହିଁ ବୋଲି କହିଲେ l ଠିକ ସେହିପରି ଆଦିରେଡି ଶ୍ରୀନିବାସ ପ୍ରସାଦ ଙ୍କୁ ଫୋନ ମାଧ୍ୟମ ରେ ଏହି ବିଷୟରେ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଲେ ଯେ ରାୟଗଡା ରେ ସବୁ ଟାୱାର ରେ ଏମିତି ଚାଲିଛି ସେ ସବୁ କଣ ଆପଣ ସମାଧାନ କରିଦେବେ କି ବୋଲି କହିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ