ବିହାର ବିଧାନସଭାର ନୂତନ ବାଚସ୍ପତି ଭାବେ ଶପଥ ନେଲେ ପ୍ରେମ କୁମାର

ପଟନା: ବିହାର ବିଧାନସଭାର ନୂତନ ସ୍ପିକର ଭାବେ ପ୍ରେମ କୁମାର ଆଜି ଶପଥ ଗ୍ରହଣ କରିଛନ୍ତି। ଦୀର୍ଘ ସମୟ ଧରି ବିହାର ରାଜନୀତିରେ ସକ୍ରିୟ ଥିବା ପ୍ରେମ କୁମାରଙ୍କୁ ବାଚସ୍ପତି ପଦବୀ ପାଇଁ ବିଜେପି ନିର୍ଦ୍ଦେଶିତ କରିଥିଲା।ବିହାରରେ ଏବେ ମଧ୍ୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି; କିନ୍ତୁ ଶାସନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ବାରମ୍ବାର ବିଜେପିର ହାତକୁ ଯାଉଛି। ଦୁଇଜଣ ଉପମୁଖ୍ୟମନ୍ତ୍ରୀ — ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା — ଦୁହେଁ ବିଜେପିରୁ ଆସିଛନ୍ତି।ଗୃହ ବିଭାଗ ମଧ୍ୟ ବିଜେପିଙ୍କ ନିଯୁକ୍ତିରେ ରହିବା ପରେ ଏବେ ବିଧାନସଭା ବାଚସ୍ପତି ପଦବୀ ମଧ୍ୟ ସେମାନଙ୍କ ନିୟନ୍ତ୍ରଣକୁ ଯାଇଥିବାରୁ ରାଜନୀତିକ ଚର୍ଚ୍ଚା ଚରମରେ ପହଞ୍ଚିଛି। ବିହାରର ସରକାରୀ ଗଠନରେ ବିଜେପିର ପ୍ରଭାବ ଦିନକୁ ଦିନ ବଢ଼ୁଛି ବୋଲି ରାଜନୀତିକ ଅବଲୋକକମାନେ ମତ ଦେଉଛନ୍ତି।ପ୍ରେମ କୁମାରଙ୍କ ଶପଥଗ୍ରହଣ ସହ ନୂତନ ସ୍ପିକର ଭାବେ ବିହାର ବିଧାନସଭାର କାର୍ଯ୍ୟ ପ୍ରକ୍ରିୟାରେ ନୂତନ ଦିଗ ଆସିବ ବୋଲି ଆଶା କରାଯାଉଛି।