ମୋହନା ପିଏମଶ୍ରୀ ବିଦ୍ୟାଳୟରେ ଏକ ଦିବସୀୟ ପରାମର୍ଶଦାତା ତାଲିମ ଶିବିର

ମୋହନା ପିଏମଶ୍ରୀ ବିଦ୍ୟାଳୟରେ ଏକ ଦିବସୀୟ ପରାମର୍ଶଦାତା ତାଲିମ ଶିବିର
Spread the love

ମୋହନା ପିଏମଶ୍ରୀ ବିଦ୍ୟାଳୟରେ ଏକ ଦିବସୀୟ ପରାମର୍ଶଦାତା ତାଲିମ ଶିବିରଗଜପତି,(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ମୋହନା ସ୍ଥିତ ପିଏମଶ୍ରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଜୁନିଅର ରେଡକ୍ରସ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ଅନୁମୋଦନ କ୍ରମେ ଏକ ଦିବସୀୟ ପରାମର୍ଶଦାତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପରାମର୍ଶଦାତା ମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କରାଯାଇଥିଲା। ଉପସ୍ଥିତ ୪୦ଜଣ ପରାମର୍ଶଦାତା ମାନଙ୍କୁ ପ୍ରଶିକ୍ଷକ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ସଂଜୀବ କୁମାର ଦାଶ, ଜିଲ୍ଲା ଜୁନିଅର ରେଡ଼କ୍ରସ ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ, ପ୍ରହ୍ଲାଦ ଶିଅଳ,ବାଳକୃଷ୍ଣ ବାଗସିଂ ରେଡକ୍ରସର ଲକ୍ଷ୍ୟ ,ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା, ରକ୍ତସ୍ରାବ, ଅସ୍ଥିଭଙ୍ଗ,ବଜ୍ରପାତ, ସାପକାମୁଡା, ସିପିଆର ଅଭ୍ୟାସ ଆଦି ସଂପର୍କରେ ତାଲିମ ପ୍ରଦାନ କରିଥିଲେ। ପରାମର୍ଶଦାତା ମାନେ ଏଭଳି ପ୍ରଶିକ୍ଷଣ ପାଇଁ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକର ବିଦ୍ୟାଳୟର ସମସ୍ତ ସହ କର୍ମୀ, ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୋହନା ପିଏମଶ୍ରୀ ବିଦ୍ୟାଳୟରେ ଏକ ଦିବସୀୟ ପରାମର୍ଶଦାତା ତାଲିମ ଶିବିର