ପୌରପରିଷଦ ସ୍ତରୀୟ “ପରବ- ୨୦୨୫” ରେ ସେମିଳିଗୁଡା ମହାବିଦ୍ୟାଳୟର ଅପୂର୍ବ ସଫଳତା ତ୍ରିଦିବସୀୟ ପୌରପରିଷଦ ଦ୍ଵାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାରେ ବାଳିକା ବିଭାଗରେ କବାଡ଼ି ରେ ଚାମ୍ପିଅନ୍, ୧୦୦ ମିଟର ଦୌଡ ରେ ରାନୀ ପାଣି ପ୍ରଥମ , ଲିପି ମାଡିଙ୍ଗି ଦ୍ବିତୀୟ ଓ ନମ୍ରତା ଇଡୀଙ୍ଗ ତୃତୀୟ, ୨୦୦ ମିଟର ଦୌଡରେ ପ୍ରଥମ ଓ ୪୦୦ ମିଟର ଦୌଡ ରେ ଲିପି ମଡିଙ୍ଗି ପ୍ରଥମ, ଉଚ୍ଚ ଡିଆଁ ରେ ରାନୀ ପାଣି ପ୍ରଥମ, ଦ୍ବିତୀୟ ଲିପି ମଡିଙ୍ଗି ଓ ନମ୍ରତା ଇଡୀଙ୍ଗ ତୃତୀୟ ,ଲମ୍ବ ଡିଆଁ ରେ ରାନୀ ପାଣି ପ୍ରଥମ, ସଟ୍ ପୁଟରେ ନମ୍ରତା ଇଡୀଙ୍ଗ ରାନୀ ପାଣି ପ୍ରଥମ ଓ ଲିପି ମଡିଙ୍ଗି ଦ୍ବିତୀୟ, ଡିସ୍କସ ଥ୍ରୋ ରେ ରାନୀ ପାଣି ପ୍ରଥମ, ଯାଭେଲିନ ଥ୍ରୋ ରେ ନମ୍ରତା ଇଡୀଙ୍ଗ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ବାଳକ ବିଭାଗରେ ଭଲିବଲରେ ରନର୍ ଅପ୍, ଫୁଟବଲରେ ଚାମ୍ପିଅନ, ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଖଗପତି ପାଙ୍ଗି ପ୍ରଥମ ସ୍ଥାନ,୨୦୦ ମିଟର ଦୌଡ଼ରେ ଡୁମାରି ଦୁର୍ଯୋଧନ ପ୍ରଥମ ସ୍ଥାନ, ୪୦୦ ମିଟର ଦୌଡ଼ରେ ଡୁମାରି ଦୁର୍ଯୋଧନ ଦୌଡ଼ ପ୍ରଥମ ସ୍ଥାନ, ୮୦୦ ମିଟର ଦୌଡ଼ରେ ପ୍ରସାଦ ଜାନୀ ପ୍ରଥମ ସ୍ଥାନ, ଲଙ୍ଗ୍ ଜମ୍ପରେ ଡୁମାରି ଦୁର୍ଯୋଧନ ପ୍ରଥମ ସ୍ଥାନ ଏବଂ ଦ୍ଵିତୀୟ ସ୍ଥାନରେ ଖଗପତି ପାଙ୍ଗି, ଦିସ୍କସ ରେ ଅମିନ ମୁଦୁଲି ତୃତୀୟ, ସଟ୍ ପୁଟ୍ ରେ ଦ୍ଵିତୀୟ ସ୍ଥାନ ଦେବେନ୍ଦ୍ର ସକିଆ,୮୦୦ ମିଟର ଦୌଡରେ ପ୍ରଥମ ପ୍ରସାଦ ଜାନୀ ହାସଲ କରିଥିଲେ ।ସାଂସ୍କୃତିକ ପ୍ରତିଯୋଗିତାରେ ଶୁଭଙ୍କର ସ୍ୱର୍ଣପତି ଲୋକଗିତରେ ପ୍ରଥମ, ଆଦିବାସୀ ଗୀତରେ ଦ୍ୱିତୀୟ,ଗିତ ମାରରେ ଦ୍ୱିତୀୟ, ଉର୍ମିଳା ପ୍ରଧନୀ ଝୋଟିରେ ତୃତୀୟ ସ୍ଥାନ ହାସଲ କରିଥିଲେ। ଖେଳ ଅଧ୍ୟାପକ ହର ପ୍ରସାଦ ପତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷା ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମିଷ୍ଟା୍ନ ବଣ୍ଟନ କରିଥିଲେ ।report by ch Kurma Rao semiliguda.
ପୌରପରିଷଦ ସ୍ତରୀୟ “ପରବ- ୨୦୨୫” ରେ ସେମିଳିଗୁଡା ମହାବିଦ୍ୟାଳୟର ଅପୂର୍ବ ସଫଳତା
