ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୭ ତାରିଖ ଠାରୁ ଆରମ୍ଭ

ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୭ ତାରିଖ ଠାରୁ ଆରମ୍ଭ

ରାୟଗଡା : ରାୟଗଡ଼ା ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୭ ତାରିଖ ଠାରୁ ଆରମ୍ଭ ହେବ। ଜିଲ୍ଲାରେ ସର୍ବମୋଟ ୪୩ ଗୋଟି ଧାନମଣ୍ଡୀ ଦ୍ଵାରା ଧାନ ସଂଗ୍ରହ କରାଯିବ। ଧାନମଣ୍ଡୀ ଓ ଧାନ କିଣା କାରବାରରେ ବ୍ୟାପକ ସୂଛତା ର ସହିତ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ ରାୟଗଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ରାୟଗଡ଼ା ଜିଲ୍ଲା ର ଧାନମଣ୍ଡୀ କୃଷକ ପ୍ରତିନିଧି ମାନଙ୍କ ର ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାୟଗଡ଼ା ଜିଲ୍ଲା ରେ ୪୩ ଟି ଧାନମଣ୍ଡୀ ଦ୍ଵାରା ଧାନ କିଣା କାରବାର ରେ ସୂଛତା ର ସହିତ ହେବା ସହିତ କଟନି ଛଟନି ବଂଦ କରିବା ଓ ମିଲର ମାନଙ୍କ ର ଦାଦାଗିରି କୁ ଦୃଢତାର ସହିତ ବଂଦ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେଓଡ଼ିଶା ର ବିଜେପି ମୋହନ ଚରଣ ମାଝି କଂ ର ୪ ମାସ ର ସ୍ଵଳ୍ପ ସମୟ ଶାସନ କାଳରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦେବା, ୬ଲକ୍ଷ ଚାଷୀ ମାନଙ୍କୁ ପି.ଏମ.କିସାନ ରେ ସାମିଲ କରିବା ସହିତ ସହରାଞ୍ଚଳର ଚାଷୀ ମାନଙ୍କୁ ପି.ଏମ.କିସାନ ରେ ସାମିଲ କରିବା,ଅଣ ଜଳସେଚିତ ଜମିକୁ ଉଠା ଜଳସେଚନ ଦ୍ଵାରା ଜଳସେଚନ ଦ୍ଵାରା ବ୍ୟବସ୍ଥା,୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା ପାଇଁ ନିଷ୍ପତ୍ତି, ୩୧୪ ବ୍ଲକ୍ ରେ ପନିପରିବା ମଣ୍ଡି କରିବା ନିଷ୍ପତି, ଆଳୁ ଚାଷ ପାଇଁ ବିହନ ଯୋଗାଇ ଦେବା ସହିତ ହେକ୍ଟର ପ୍ରତି ୫୮ ହଜାର ଟଙ୍କା ର ଚାଷୀ କୁ ସହାୟତା, କୃଷକ ପରିବାର ପିଲା ଛୁଆ ଉଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ, ସି. ଏମ୍. କିସାନ ଯୋଜନା ରେ ୪୬ ଲକ୍ଷ ଚାଷୀ ମାନଙ୍କୁ ବର୍ଷ କୁ ୨ ଟି କିସ୍ତି ରେ ୪ ହଜାର ଟଙ୍କା ସହାୟତା ପ୍ରଦାନ ଓଡିଶା ରାଜନୈତିକ ଇତିହାସ ରେ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ।ରାୟଗଡ଼ା ଜିଲ୍ଲା ର ସମସ୍ତ ଧାନମଣ୍ଡୀ ରେ କୃଷକ ମୋର୍ଚ୍ଚା ର କାର୍ଯ୍ୟକତା ମାନେ ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଶ୍ରୀ ଏଲା ଭେକଂଟେଶୂର ରାଓ, ବିଜେପି କୃଷକ ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ରଜତ କୁମାର ମାଦଳା, ସୁମନ୍ତ କୁମାର ମହାରଣା, କୃଷ୍ନ ଚନ୍ଦ୍ର ପଟ୍ଟନାୟକ, ଭି ଭାନୁ ରାଓ, ବାଲକୃଷ୍ଣ ସେନାପତି, ଜିତୁ ବେହେରା, ଶିବ ପ୍ରସାଦ ବେହେରା, ସିମାଞ୍ଚଳ ପ୍ରଧାନ, ରଘୁନାଥ ସାହୁ, ଶ୍ୟାମ ସୁନ୍ଦର ପ୍ରଧାନ, ଲାବଣ୍ୟ ମାଝୀ, ମାନଦଣ୍ଡ ସେନା, ଶିବ ପ୍ରସାଦ ନାୟକ, ଅପଡୁ ପୁହାଲ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ଚାଷୀ ସାମିଲ ହୋଇଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *