ସୁନାବେଡା ପୌରପରିଷଦ ପକ୍ଷରୁ ମିନି ମାରାଥନ ଆୟୋଜିତ
ସେମିଳିଗୁଡା:ତା: ୨୭/୧୧() କୋରାପୁଟ ଜିଲ୍ଲାର ସୁନାବେଡ଼ା ପୌର ପରିଷଦ ପକ୍ଷରୁ “ପରବ”ପାଳନ ଅବସରରେ ବୁଧବାର ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା।ସେମିଳିଗୁଡା ପୁରୁଣା ବସଷ୍ଟାଣ୍ଡରୁ ଏହି ମାରାଥନ ଆରମ୍ଭ ହୋଇଥିବା ବେଳେ ପୌରପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ,ବସଷ୍ଟାଣ୍ଡ ରେ ଥିବା ମହାତ୍ମା ଗାନ୍ଧୀ, ଆମ୍ବେଦକର ଙ୍କ ମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ମାରାଥନ ଦୌଡ଼ କୁ ଆରମ୍ଭ କରିଥିଲେ। ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ, ସମାଜସେବୀ, ଜନ ପ୍ରତିନିଧି, ଅଧିକାରୀ ମାନେ ମାରାଥନ ରେ ଅଂଶ ଗ୍ରହଣ କରି ସୁନାବେଡା ଏଚ ଏ ଏଲ ୱାଇ ଯୋନ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଯାଏଁ ଦୌଡ଼ି ଥିଲେ।ପାର୍କ ରେ ଆୟୋଜିତ କାର୍ଯକ୍ରମ ରେ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଉପାଧ୍ୟାକ୍ଷ ରିତୁ କଣ୍ଟା, ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧରୀ, କାଉନସିଲର ବୃନ୍ଦ ଯୋଗ ଦେଇଥିଲେ। ମାରାଥନ ରେ ଅଂଶ ଗ୍ରହଣ କାରୀ ଙ୍କୁ ଟି ସାର୍ଟ, ଟୋପି ଓ ସାର୍ଟିଫିକେଟ ପ୍ରଦାନ କରା ଯାଇଛି |
ସେମିଳିଗୁଡା ପ୍ରେସ କ୍ଲବ ସଭାପତି ଅଜୟ କୁମାର୍ ସାହୁ, ସମାଜ ସେବୀ ବିଜୟ କୁମାର ସାହୁ, ବିଜୟ ଏଡିଙ୍ଗ, ଗୋବିନ୍ଦ ପାଢ଼ୀ,ଶେଖ ଇବ୍ରାହିମ୍ , ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।ମିନି ମାରାଥନ୍ (ପୁରୁଷ) ରେ ଘାସିରାମ ବୋରା ପ୍ରଥମ,ଶିବଶଙ୍କର ମୁଣ୍ଡାଗାଡିଆ ଦ୍ଵିତୀୟ,ସୁବାସ ସାକିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହିଳା ବିଭାଗ ରେ ଅଞ୍ଜଳୀ ତାଡଙ୍ଗୀ ପ୍ରଥମ ,ଭୂଲକ୍ଷ୍ମୀ ଖୋଲ ଦୁତୀୟ, ଆଲିଆ ହିକକା ତୃତୀୟ ସ୍ଥାନ ରେ ରହିଥିଲେ।ସେହିପରି ବରିଷ୍ଠ (ନାଗରିକ) ବିଭାଗ ରେ . ଶ୍ରୀକାନ୍ତ କୁମାର ଦାସ ପ୍ରଥମ,ବିଜୟ କୁମାର ସାହୁ ଦ୍ଵିତୀୟ , ପ୍ରଦୀପ ତ୍ରିପାଠୀ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଇନି ଶେଖ,ମୁକ୍ତି ରାଉତ,ପ୍ରତିଭା ଦେବ ନାଥ, ମମତା ରାୟ,ଜଗନ୍ନାଥ ହନ୍ତାଳ,ବିଜୟ ଇଡିଙ୍ଗୀ, ଭଗବାନ ପେଟିଆ,ନବିନ ଗରଡା,ଟୁନା ଖରା ଙ୍କୁ ଶାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।report by ch Kurma Rao semiliguda
