ପାକିସ୍ତାନ:ମଙ୍ଗଳବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ତୀବ୍ର ବୋମା ବର୍ଷା କରାଯାଇଥିବାରୁ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ଏହି ଆକ୍ରମଣରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ସୂଚନା ମାଧ୍ୟମ ଜଣାଇଛି।ବିଶେଷ କଥା ହେଲା, ମୃତମାନଙ୍କ ମଧ୍ୟରୁ ୯ ଜଣ ଛୋଟ ପିଲା ଥିବା ଖବର ଆସିଛି, ଯାହା ଆଫଗାନିସ୍ତାନରେ ଦୁଃଖ ଓ ଅସନ୍ତୋଷର ଲହର ସୃଷ୍ଟି କରିଛି। ଆକ୍ରମଣ ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ପ୍ରାଣରକ୍ଷା ପାଇଁ ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି।ଏହି ଘଟଣାକୁ ନେଇ ଆନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଚିନ୍ତା ବ୍ୟକ୍ତ କରୁଛନ୍ତି।
ଆଫଗାନିସ୍ତାନରେ ପାକିସ୍ତାନର ବୋମା ମାଡ଼; ୧୦ ମୃତ, ୯ ଛୋଟ ପିଲା ସମେତ ଅନେକ ଆହତ

