ଜ଼ିଲ୍ଲା ସ୍ତରୀୟ ସର୍ଗିଫୁଲ 2025 ଉଦଘାଟିତ
ରାୟଗଡା ( ଅମୁଲ୍ୟ ନିଶଙ୍କ ): ଜ଼ିଲ୍ଲା ସ୍ତରୀୟ ସର୍ଗିଫୁଲ 2025 ମୋହତ୍ସବ ରାୟଗଡା ଜ଼ିଲ୍ଲା ର ଗୁଣୁପୁର ସ୍ଥିତ ଏକଲବ୍ୟ ଆଦର୍ଶ ଆବାଷିକ ବିଦ୍ୟାଳୟ ଗୁଣୁପୁର ଠାରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଗୁଣୁପୁର ପୌର ପାଳିକା ର ଅଧକ୍ଷା ମମତା ଗୌଡ଼, ମୁଖ୍ୟ ବକ୍ତା ଭାବେ ମଙ୍ଗଳ ବିଭାଗ ଡି ଆଇ ଶ୍ୟାମ ଘନ ଭୂୟାଁ ଓ ସମ୍ମାନିତ ଅତିଥିଭାବେ ଅକ୍ଷୟ କୁମାର ଦାସ ଆମ୍ବୁସମେନ ରାୟଗଡା, ଶିବ ଗୌଡ଼ ଉପାଦକ୍ଷ ଗୁଣୁପୁର ପୌର ପାଳିକା, ଝିଲି ଶବର ଅଧକ୍ଷା ଗୁଣୁପୁର ପଂଚାୟତ ସମିତି, ସୁଦର୍ଶନ ଶବର ଉପାଦକ୍ଷ ଗୁଣୁପୁର ପଂଚାୟତ ସମିତି, ପ୍ରଦୀପ୍ତ କୁମାର ଦଳାଇ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁଣୁପୁର, ଆସିମା ରାଓ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ l ଅତିଥି ମାନଙ୍କ ଦ୍ୱାରା ପ୍ରଥମେ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ସର୍ଗିଫୁଲ ବୋଲି କାହିଁକି ଏହି କାର୍ଯ୍ୟକ୍ରମ ନ ନାମ ରଖା ଯାଇଛି ସେ ବିଷୟରେ ଅକ୍ଷୟ କୁମାର କାର୍ଯ୍ୟକ୍ରମ ରେ ବର୍ଣ୍ଣନା କରିକହିଥିଲେ l ସର୍ଗିଫୁଲ ଏମିତି ଏକ କାର୍ଯ୍ୟକ୍ରମ ଏଥିରେ ଛାତ୍ର ଛାତ୍ରୀଙ୍କ ଲୁକାହିତ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ର ମାଧ୍ୟମ ବୋଲି ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କହିଥିଲେ l ପରେ ପରେ ଅତିଥି ମାନେ ବିଜ୍ଞାନ ପ୍ରଦର୍ଶନୀ ଇ ଭୋଲି ବଲ ଖେଳ ର ଉଦଘାଟନ କରିଥିଲେ l ଏହି ସର୍ଗିଫୁଲ 2025 କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସ୍ତରୀୟ ବାଦ୍ୟ ସଂଗୀତ ଏକକ ଅଭିନୟ, ଏକକ ଗୀତ, ଏକକ ନୃତ୍ୟ, ସୃଜନଶୀଳ ଲିଖନ, ବକ୍ତୃତା, ତର୍କ, ଚିତ୍ରାଙ୍କନ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ 23 ଓ 24 ତାରିଖରେ ଅନୁଷ୍ଠିତ ହେବା କୁ ଥୁବା ବେଳେ 24 ତାରିଖ ରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ବୋଲି ସର୍ଗିଫୁଲ ପରିଚାଳନା କମିଟି 2025 ପକ୍ଷରୁ ସୂଚନା ଦିଆଯାଇଛି l ଏହି ସର୍ଗିଫୁଲ କାର୍ଯ୍ୟକ୍ରମ ରର ଜ଼ିଲ୍ଲା ର ସମସ୍ତ ମଙ୍ଗଳ ବିଭାଗ ସ୍କୁଲ ରୁ 1528 ଜଣ ( 445 ବାଳକ ଓ 1083 ବାଳିକା ) ଅଂଶ ଗ୍ରହଣ କରିଛନ୍ତି l 489 ଜଣ ଶିକ୍ଷକ ଓ ଅନ୍ୟ ସହଯୋଗୀ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଛନ୍ତି l ଆଜିର ଏହି କାର୍ଯ୍ୟଛରେ ଗୁଣୁପୁର ଏକଲାବ୍ୟ ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଅନନ୍ତ କୁମାର ତ୍ରିପାଠୀ ଙ୍କ ସଭାପତିଟ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ କୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗା ଧର ବେହରା ଓ ଅର୍ଚନା ପଣ୍ଡା ଓ ଶିକ୍ଷକ ମୋହନ କୁମାର କେରିମେରିକା, ପ୍ରଦୀପ ଚୌଧୁରୀ, ବିଶିକେଶନ ବାଘ, ଗୋପୀନାଥ ପରିଛା, ବସନ୍ତ ପଣ୍ଡା, ସୁନୀଲ ଗୌଡ଼ ବୃନ୍ଦାବନ ସାହୁ ମନୋଜ ତୁଳ କିରଣ କୁମାର ପରିଚାଳନା କରିଥିବା ବେଳେ ପ୍ରଚ୍ଛଦ ପଟ ରେ କେସିଂପୁର, କୋଳନରା, ରାୟଗଡା, କାଶୀପୁର, ବିଷମକଟକ, ରାମନାଗୁଡ଼ା ର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ସହଯୋଗ କରିଥିଲେ l
