ଶିକ୍ଷତ୍ରୀଙ୍କ ବଦଳି ନ ହେବା ପ୍ରତିବାଦରେ, ସ୍କୁଲରେ ତାଲା ପକେଇଲେ ଗ୍ରାମବାସୀ
କନ୍ଧମାଳ: ତା -୧୮/୧୧: (ରିପୋର୍ଟ କୁନା ଦିଗାଲ )ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ି ଗ୍ରାମରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷତ୍ରୀ ସ୍ବର୍ଣ୍ଣପ୍ରଭା କହଁରଙ୍କ ନିକଟରେ ଥିବା କାସିରିଖୋଲ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ବଦଳି ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ନିର୍ଦେଶ ପ୍ରକାଶ ଖବର ପାଇ ଗ୍ରାମବାସୀ ଉତେଜିତ ହୋଇଥିଲେ I କାରଣ ଡୁଗୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ, ୯ଟି ଶ୍ରେଣୀରେ ୪୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କେବଳ ୪ଜଣ ଶିକ୍ଷକ/ଶିକ୍ଷତ୍ରୀ ରହିଛନ୍ତି ଏବଂ ଜଣେ ଶିକ୍ଷତ୍ରୀ ପ୍ରସବ କାଳୀନ ଛୁଟିରେ ରହିଥିବା ବେଳେ ବର୍ତ୍ତମାନ କେବଳ ୩ଜଣ ଶିକ୍ଷକ/ଶିକ୍ଷତ୍ରୀ ୯ଟି ଶ୍ରେଣୀ ଚଳେଇ ଥିବା ବେଳେ ପୁଣି ଆଉ ଜଣେ ଶିକ୍ଷତ୍ରୀଙ୍କୁ ବଦଳି କରିବା ଗ୍ରାମବାସୀଙ୍କ ମନରେ ଗଭୀର ବିତୃଷ୍ନା ସୃଷ୍ଟି ହୋଇଥିଲା I ଆଜି ଗ୍ରାମବାସୀ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ହୃଦାନନ୍ଦ କହଁରଙ୍କ ଏବଂ ସ୍ଥାନୀୟ ସରପଞ୍ଚ ଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ର ହୋଇ ବିଦ୍ୟାଳୟରେ ପ୍ରାୟ ତିନି ଘଣ୍ଟା କାଳ ତାଲା ପକାଇବା ଫଳରେ ଶିକ୍ଷକ, ଶିକ୍ଷତ୍ରୀ ଏବଂ ଛାତ୍ର, ଛାତ୍ରୀ ଫାଟକ ବାହାରେ ରହିଥିଲେ I ଉକ୍ତ ବିଷୟ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ କେଶବ ମଲିକ କବର ପାଇ ସିଆରସିସି ବିନୟ ନାୟକ ଙ୍କୁ ଘଟଣା ସ୍ଥଳକୁ ସମାଧାନ ନିମନ୍ତେ ପଠେଇ ଥିଲେ ଏବଂ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ମଲିକ ନିଜେ ମଧ୍ୟ ଫୋନ ଯୋଗେ ଆଲୋଚନା କରି କହିଥିଲେ କି ବଦଳି ହୋଇଥିବା ଶିକ୍ଷତ୍ରୀ ଙ୍କ ବଦଳିକୁ ବାତିଲ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ I ପରେ ଆନ୍ଦୋଳନ ରତ ଜନସାଧାରଣ ତାଲା ଖୋଲି ଶିକ୍ଷକ, ଶିକ୍ଷତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଭିତରକୁ ଯାଇ ପାଠ ପଡା ନିୟମିତ ଚାଲୁ କରିବା ନିମନ୍ତେ ଅନୁମତି ଦେଇଥିଲେ I

