ଛାତ୍ର ସାସଂଦଙ୍କ ଦ୍ବାରା ଉଦଘାଟିତ ପି ଏମ ଶ୍ରୀ ସରକାରୀ ଉର୍ଚ ବିଦ୍ୟାଳୟ କେ, ଏମ. ଭାଲିଆସାହି । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ରା,ଉଦୟଗିରି ବ୍ଳକ ଅନ୍ତର୍ଗତ ଶୁକ୍ରବାର ପି ଏମ ଶ୍ରୀ ସରକାରୀ ଉର୍ଚ ବିଦ୍ୟାଳୟ କେ.ଏମ. ଭାଲିଆସାହି ଶିଶୁ ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମଟି ସଫଳ ହୋଇ ପାଇଥିଲା । ପ୍ରତ୍ୟେକ ବର୍ଷଠାରୁ ଏହି ବର୍ଷ ଶିଶୁ ଦିବସ ସ୍ବତନ୍ତ ଥିଲା । ବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷକ ଶିକ୍ଷତ୍ରୀମାନେ ହଳଦୀ ପାଣିରେ ଗୋଡ ଧୋଇ ଫୁଲ, ଚନ୍ଦନ , ହୁଳହୁଳି ଦେଇ ସ୍ବାଗତ କରିଥିଲେ । ସମସ୍ତ ପିଲାଙ୍କ ପାଇଁ ମିଠା,ଖିରି ଚକଲେଟ ବେବସ୍ଥା କରାଯାଇଥିଲା । ପିଲାମାନଙ୍କ ଭବିଷ୍ୟତକୁ କାମନା କରି ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କଲମ ଉପହାର ଦେଇ ସତ୍ୟ, ଅହିଂସା, ପରିଶ୍ରମ ପାଥେୟ କରି ନିଜ ଲକ୍ଷ୍ୟ ପଥକୁ ପହଞ୍ଚି ପାରିବ ବୋଲି ନିଜ ଅଭିଭାଷଣରେ ପିଲାଙ୍କୁ କହିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଆବେଗକୁ ରଖିନ ପାରି ସମସ୍ତ ଶିକ୍ଷକ ଶିକ୍ଷୟତୀ ପିଲାମାନଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ ଗାନ କରିଥିଲେ । ସଭା ଆରମ୍ଭରେ ଛାତ୍ର ସାସଂଦ ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ ଓ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *