ସୁକାନାଣ୍ଡା ଠାରୁ ଟିକାବାଲି ସଡ଼କ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି –

ଜି.ଉଦୟଗିରି/ଟିକାବାଲି,୧୫/୧୧ – (ରିପୋର୍ଟ କୁନା ଦିଗାଲ )ଜି.ଉଦୟଗିରି ବ୍ଲକ ସୁକାନାଣ୍ଡା ଛକ ଠାରୁ ଭାୟା ତେଲିଙ୍ଗିଆ, ଗଦଗୁଡ଼ା, ଗସାଗୁଡ଼ା, ବ୍ରେକା ଓ ପିକରଡ଼ି ଦେଇ ଟିକାବାଲି ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ଟିକାବାଲି ବ୍ଲକ ଗଦଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ସଡ଼କ ନିର୍ମାଣ କରିବାର ୫ ବର୍ଷ ବିତଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣା କିମ୍ବା ମରାମତି କାର୍ଯ୍ୟ କରାଯାଇନାହିଁ ଯାହାଫଳରେ ସଡ଼କ ବହୁଶୀଘ୍ର ଖରାପ ହୋଇଯାଇଛି।ଉକ୍ତ ପଞ୍ଚାୟତ ବାସୀଙ୍କ ପାଇଁ ଏହା ମୁଖ୍ୟ ହୋଇଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ରେ ଶହ ଶହ ଯାନବାହନ ଚଳାଚଳ ହେଉଛି। ଜି.ଉଦୟଗିରି ଠାରୁ ଟିକାବାଲି ଯିବା ନିମନ୍ତେ ମଧ୍ୟ ଏହା ମୁଖ୍ୟ ରାସ୍ତା ଅଟେ।ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି। ଏହି ସଡ଼କ ନେଇ ଅଞ୍ଚଳବାସୀ ଅନେକ ଥର ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସଡ଼କ ଉନ୍ନୟନ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହେଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଶନିବାର ଗ୍ରାମ୍ୟ ଉନ୍ନୟନ କମିଟି ରେ ଆଲୋଚନା ଓ ନିଷ୍ପତ୍ତି ଅନୁସାରେ ତୁରନ୍ତ ଏହି ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ନିଷ୍ପତି ନେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *