ବିଜେପିର ବିଜୟକୁ ନେଇ ରାୟଗଡ ବ୍ଲକ ବିଜେପି କର୍ମୀ ଙ୍କ ବିଜୟ ଉତ୍ସବ ପାଳନ।

ଗଜପତି (ମନୋଜ ପାଢୀ )ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ନୂଆପଡ଼ାରେ ବିଜେପିର ବିଜୟକୁ ନେଇ ବିଜୟ ଉତ୍ସବ ପାଳନ କରାଯାଇଛି। ନୂଆପଡ଼ାରେ ବିଜେପିର ବିଜୟ ସୁନିଶ୍ଚିତ ହେବା ପରେ ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ନେତୃତ୍ୱରେ ରାୟଗଡ଼ ବ୍ଲକ ଅଫିସ ଗେଟ ସାମ୍ନାରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଛି। ଏହି ସମୟରେ ରାୟଗଡ ବ୍ଲକ ସଭାପତି ସୁଶାନ୍ତ ପ୍ରଧାନୀ, ଜିଲ୍ଲା ସାଂସଦ ସ୍ପ୍ରତିନିଧି ଆର.ବିଜୟ କୁମାର, ରାଜ କିଶୋର ଭୁୟାଁ, ଜଗନ୍ନାଥ ଖାଡଙ୍ଗାଲୁ, ଆକାଶ ଘଡ଼ାଇ, ଶ୍ରୀନିବାସ ପାଇକ , ରବୀନ୍ଦ୍ର ରାଇ ପାତ୍ର ଙ୍କ ସହ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *