ସ୍ବାମୀଙ୍କୁ ଘରେ ତାଲା ପକାଇ ସ୍ତ୍ରୀ ଚମ୍ପଟ
ଆର,ଉଉଦୟଗିରି-ମନୋଜ କୁମାର ପାଢୀ/24/11/24/ ୮ ଦିନ ହେଲା ଘରେ ସ୍ବାମୀଙ୍କୁ ତାଲା ପକାଇ ସ୍ତ୍ରୀ ଚମ୍ପଟ ମାରିଛି । ଏଭଳି ଅଭାବନୀୟ ଘଟଣା ଗଜପତି ଘାଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ବିଜେପୁର ସାହିରେ । ଏହି ବିଷୟ ଅଞ୍ଚଳରେ ଆଲୋଚନା ବିଷୟ ହୋଇଛି । ଗ୍ରାମର ଅସ୍ଥିସ୍ଥାନି ପରିଛାଙ୍କୁ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନା ଘରେ ତାଲା ପକାଇ ୮ ଦିନ ହେଲା କୁଆଡେ ପଳାଇଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ଜାଣିବା ପରେ ଅଡବା ପୁଲିସରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ଅସ୍ଥିସ୍ଥାନିଙ୍କୁ ଉଦ୍ଧାର କରାଯାଉଛି । ସ୍ବସ୍ଥ୍ୟାବସ୍ଥ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକା ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭତ୍ତି କରାଯାଇଛି । ଅସ୍ଥିସ୍ଥାନିଙ୍କ ଦେହସାରା ମାଡ ଚିହ୍ନ ଥିବା ଦେଖିବାକୁ ମିଳିଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିର ଥିବା ଡାକ୍ତର କହିଛନ୍ତି । ଘଟଣାସ୍ଥଳରେ ଅଡବା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।