କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ଅସହ୍ୟ ଭିଡ଼, ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା

କଟକ ବାଲିଯାତ୍ରାର ଶେଷ ସଂଧ୍ୟାରେ ଅସହ୍ୟ ଭିଡ଼, ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା

କଟକ, ବାଲିଯାତ୍ରା ମାଇଦାନରେ ଆଜି ଶେଷ ସଂଧ୍ୟାରେ ଦେଖାଗଲା ଅପୂର୍ବ ଭିଡ଼। ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ଗୀତିନିଶା ଦେଖିବାକୁ ହଜାରେ ହଜାର ଶ୍ରୋତା ଜମା ହେବାରୁ ସମଗ୍ର ମଞ୍ଚପରିସର ଠସଠସି ଭରିଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସହିତ ବ୍ୟାରିକେଡ୍‌ ସାମ୍ନାରେ ଭିଡ଼ ବଢ଼ି ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା। ସେଥିରେ ୨ ଜଣ ଅଚେତ୍ ହୋଇପଡ଼ିଥିବା ଖବର ମିଳିଛି। ଅଚେତ୍‌ ଅବସ୍ଥାରେ ଥିବା ଲୋକମାନଙ୍କୁ ଆମ୍ୱୁଲାନ୍ସ ଯୋଗେ ମେଡ଼ିକାଲକୁ ପଠାଯାଇଛି।ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିପି ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ପୁଲିସ ପକ୍ଷରୁ ଭିଡ଼କୁ ନିୟନ୍ତ୍ରଣ ରଖିବା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି।ବାଲିଯାତ୍ରାର ଶେଷ ସଂଧ୍ୟା ଥିବାରୁ ଦର୍ଶକମାନେ ଶ୍ରେୟାଙ୍କ ସୁରିଳା ସଂଗୀତ ଶୁଣିବା ପାଇଁ ବିପୁଳ ସଂଖ୍ୟାରେ ଆସିଥିଲେ।