ମୋହନା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ଆଡମ୍ବର ସହ ଅନୁଷ୍ଟିତ ।

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ସ୍ଥାନୀୟ ସରକାରୀ ଆଦିବାସୀ ହରିଜନ ମଙ୍ଗଳ ବିଭାଗ ଖେଳ ପଡିଆ ଠାରେ ଆଡମ୍ବର ସହ ଅନୁଷ୍ଟିତ ହୋଇଥିଲା।ଏହି ମେଳା କୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ପ୍ରଦ୍ଵିପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହା ସଙ୍ଗେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିରୋଦ ଚନ୍ଦ୍ର ନାୟକ, ଜିଲ୍ଲା ପଶୁ ସମ୍ପଦ ଚିକିତ୍ସକ ତୁଶାରେନ୍ଦୁ ନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଏବଂ ସାଂସଦ ପ୍ରତିନିଧି ଜିତେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ମେଳା ର ଉଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଚାଷୀ, ମହିଳା ସଂଗଠନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ବୁଝାଇବା ସହ ବିଭିନ୍ନ ପ୍ରକାର ଚାଷ କଲେ ନିଜ ନିଜ ର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହ ରାଜ୍ୟ ସରକାରଙ୍କ କଳ୍ପନା ଫଳପ୍ରଦ ହୋଇପାରିବ ବୋଲି ଅତିଥି ମାନେ ବୁଝାଇଥିଲେ। ଏହି ମେଳା ଅନୁଷ୍ଠିତ ହେବା ଫଳରେ ସରକାରଙ୍କ ଏହା ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଏହି ମେଳା ଅନୁଷ୍ଠିତ ହେବା ଫଳରେ ଚାଷୀ ମାନଙ୍କୁ ଗୋପାଳନ, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ବତକ ଚାଷ, ଛେଳି ଚାଷ, ସହ ତା ସଙ୍ଗେ ଘୁଷୁରୀ ଚାଷ ନିମନ୍ତେ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ସଚେତନ କରାଇବା ସହ ଚାଷ କଲେ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ସହ ସବସିଡି ପ୍ରଦାନ କରିବା ବ୍ୟବସ୍ଥା ଥିବା କହିଛନ୍ତି ବିଭାଗୀୟ ଅଧିକାରୀ ମାନେ। ସରକାରଙ୍କ ଯୋଜନା ଗୁଡିକୁ ଚାଷୀଙ୍କ ନିକଟକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା କୁ ପ୍ରୟାସ କରିବା ସହ ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗଦର୍ଶନ ଦେଖାଇବ ଏହି ମେଳା। ଏହି ମେଳା କୁ ମୋହନା ବ୍ଲକ ର ୩୯ ଗ୍ରାମ ପଞ୍ଚାୟତ ରୁ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିବା ବେଳେ ମେଳା ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଲୋକ ନୃତ୍ୟ ପରିବେଷଣ କରାଯାଇ ସରକାରଙ୍କ ଯୋଜନା ଗୁଡିକୁ ପ୍ରଚାର କରାଯାଇଥିଲା।

Leave a Reply

Your email address will not be published. Required fields are marked *