ଗୁଡାରି ଓ ପଦ୍ମପୁର ଥାନା ଅଂଚଳ ରୁ ଗଂଜେଇ ଚାଷ ର ବିଲୋପ ପାଇଁ ଦୃଢ଼ ଶପଥ ନେଇଛି ପୋଲିସ
ରାୟଗଡା : ପଦ୍ମପୁର ଓ ଗୁଡାରି ପୋଲିସ ଦ୍ୱାରା ଗତ 11 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ ଗଂଜେଇ ପୋଡି ଅଭିଯାନ ରେ ପ୍ରାୟ ଦୁଇଲକ୍ଷ ଅଠେଇସି ହଜାର (2,2,8000) ଗଂଜେଇ ଗଛ ପୋଡି ନଷ୍ଟ କରିଦିଆଯାଇଛି l ପୋଲିସ ସହିତ ରାଜସ୍ୱ, ବନ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଅଭିଯାନ ଆରମ୍ବ କରିଥିଲେ l
ରାୟଗଡା ଜ଼ିଲ୍ଲା ର ଗୁଡାରି ପୋଲିସ ଥାନା ଅଧୀନରେ ଥିବା ଦୁନାମା, ଦୁକୁଡୁପାଙ୍ଗା, ଖଇରାଗୁଡା, ନାରୀଙ୍ଗୀ ଅଞ୍ଚଳ ରେ ପୋଲିସ, ଜଙ୍ଗଲ, ଅବକାରୀ ଓ ପ୍ରସାଶନ ଙ୍କ ପକ୍ଷରୁ ମିଳିତ ଉଦ୍ୟମ ରେ ଏହି ଅଂଚଳ ରେ ବେନିୟମ ଭାବେ ଚାଷ କରାଯାଇଥିବା 8 ଏକର ଜମିରୁ ପ୍ରାୟ 35 ହଜାର ଗଂଜେଇ ଗଛ ପୋଡି ନଷ୍ଟ କରିଦିଆଯାଇଛି ଗତ 11/11/24ରେ l
ଠିକ ସେହିପରି ପଦ୍ମପୁର ଥାନା ଅଧୀନରେ ନୂଆଗଡ଼ ପଂଚାୟତ ର ଆଶ୍ରଗୁଡ଼ି ଜଙ୍ଗଲ ରି 18 ଏକର ଜମିରୁ 33 ଟି ପେଚ ରୁ 54 ହଜାର ଗଂଜେଇ ଗଛ ପୋଡି ପୋଲିସ ଗତ 17/11/24 ରେ ନଷ୍ଟ କରିଛି l ଗତ 22 ତାରିଖ ରେ ଗୁଡାରି ପୋଲିସ ଥାନା ଅଧୀନର ଶିରୀଗୁଡା ପଂଚାୟତ ର ଗୁମି ଜଙ୍ଗଲ ଅଞ୍ଚଳ ରୁ 6 ଏକର ଜମିରୁ ପ୍ରାୟ 18 ହଜାର ଓ 23 ତାରିଖ ରେ କଦମା ପଂଚାୟତ ର ଟଙ୍ଗରମା ଜଙ୍ଗଲ ଅଂଚଳ ରୁ 5 ଏକର ଜମିରୁ ପ୍ରାୟ 15 ହଜାର ଗଂଜେଇ ଗଛ ପୋଡି ପୋଲିସ ନଷ୍ଟ କରିଛି ଏହି ସମୟରେ ଗୁଡାରି ତହସିଲଦାର ଏ ସ୍ନେହଳତା ମାଜିଷ୍ଟ୍ରେଟ ଦାୟିତ୍ୱ ରେ ରହିଥିଲେ l ସ୍ଥାନୀୟ ଅଂଚଳ ରେ ବ୍ୟାପକ ଭାବେ ଗଂଜେଇ ଚାଷ କରି ପୋଡସି ଆନ୍ଧ୍ର ପ୍ରଦେଶ, ବିହାର ଉତ୍ତର ପ୍ରଦେଶ ନେପାଳ କୁ ଚୋରା ରେ ଚାଲାଣ କରିଥାନ୍ତି l ପଦ୍ମପୁର, ଗୁଡାରି ଓ ଚନ୍ଦ୍ରପୁର ବ୍ଲକ ର ଘଞ୍ଚ ଜଙ୍ଗଲ ମଧ୍ୟରେ ଗଂଜେଇ ଚାଷ ବହୁ ପରିମାଣରେ ହୋଇଥାଏ l ପୋଲିସ ବାରମ୍ବାର ଗଂଜେଇ ଚାଷ ନ କରିବା ନିମନ୍ତେ ବ୍ୟାପକ ଜସନସେଚତନତା କରୁଛନ୍ତି କିନ୍ତୁ କେତେକ ବ୍ୟକ୍ତି ଏହା କୁ ନ ମାନି ଗଂଜେଇ ଚାଷ କରିବାର ଦେଖିବକୁ ମିଳୁଛି l କୌଣସି ସୂତ୍ରରୁ ରାୟଗଡା ପୋଲିସ ଏସ ପି ସ୍ଵାଥୀ ଏସ କୁମାର ଖବର ପାଇଥିଲେ ପରେ ଏସ ପି ଙ୍କ ନିର୍ଦେଶ କ୍ରମେ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ଙ୍କ. ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗୁଡାରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଓ ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଙ୍କ ଉପସ୍ଥିତ ରେ ଏହି ଗଂଜେଇ ଗଛ ପୋଡି ନଷ୍ଟ କରାଯାଇଛି l ଯେଉଁ ଜମିରେ ଗଂଜେଇ ଚାଷ ହୋଇଛି ସେ ନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଙ୍କୁ ଥାନାରେ ରିପୋର୍ଟ ଦେବା ନିମନ୍ତେ ପୋଲିସ କହିଛି l ରିପୋର୍ଟ ପରେ ଗଂଜେଇ ଚାଷ ରର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି କାର୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଏସ ପି କହିଛନ୍ତି ଓ ଗୁଣୁପୁର ଏସ ଡି ପି ଓ ବାବୁଲି ନାୟକ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ପୋଲିସ ଦୃଢ ଶପଥ ନେଇଛି ଗୁଡାରି ଓ ପଦ୍ମପୁର ଅଂଚଳ ରୁ ଗଂଜେଇ ଚାଷ ସହିତ ଗଜେଇ ବ୍ୟବସାୟ କୁ ସମ୍ପୂର୍ଣ୍ଣ ଭାବେ ଲୋପ କରାଯିବ ବୋଲି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ