ଜିଲାସ୍ତରୀୟ ଶିଶୁ ମହୋତ୍ସବରେ ମୋହନା ଛାତ୍ରୀଛାତ୍ରଙ୍କ ସଫଳତା ଗଜପତି ୧୦/୧୧(ମନୋଜ ପାଢୀ): ପାରଳାଖେମୁଣ୍ଡି ରେ ଆୟୋଜିତ ଗଜପତି ଜିଲା ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ମୋହନା ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହିଲଟପ୍ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି l ବକୃତା ପ୍ରତିଯୋଗିତାରେ ଯୁକ୍ତ ଦୁଇ ବିଜ୍ଞାନ କଳା ଛାତ୍ରୀ ଶ୍ରୀୟାରାଣୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯୁକ୍ତ ଦୁଇ ବିଜ୍ଞାନ କଳାର ଛାତ୍ର ତପନ ଗୌଡ଼ ଶ୍ରେଷ୍ଠ ପୁରସ୍କାର ସଫଳତା ହାସଲ କରିଛନ୍ତି l ସେହିପରି ହିଲଟପ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ କଳା ଛାତ୍ରୀ ସ୍ମୃୃତିରେଖା ମିଶ୍ର ପ୍ରବନ୍ଧରେ ପ୍ରଥମ ହୋଇଥିବା ବେଳେ ଯୁକ୍ତ ଦୁଇ କଳା ଛାତ୍ରୀ ସୃଜନଶୀଳ ଲିଖନ ରେ ଯଜ୍ଞପ୍ରଭା ବେହେରା ପ୍ରଥମ ସ୍ଥାନ ଅଧିକାର କରି ଉଭୟ ଛାତ୍ରୀ ଛାତ୍ର ସଫଳତା ରେ ଅଞ୍ଚଳ ରେ ଓ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶିକ୍ଷକ ଖୁସିବ୍ୟକ୍ତ ହୋଇଛନ୍ତି ।
