ଆଦିବାସୀଙ୍କ ଅଧିକାର ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ————————–

ଗଜପତି(ମନୋଜ ପାଢୀ) ଚଳିତ ମାସ 10 11 2025 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗଜପତି ପୁରୁଣା ବସଷ୍ଟାଣ୍ଡ ମୁନିସିପାଲିଟି ଅଫିସ ଠାରୁ ଏକ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ରେ 17 ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଗଣ ଧାରଣା ରେ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଅଶୋକ ପ୍ରଧାନ (କୃଷକ ନେତା) ରାଜ୍ୟ ସରକାର ଜନ ବିରୋଧୀ ନିତି ବିରୁଦ୍ଧ ରେ ଜନ ଆନ୍ଦୋଳନ କରିବା ପାଇଁ ଉଦବୋଧନ ଦେଇଥିଲେ। ” ମୋନ୍ତା “ଲଘୁଚାପ ରେ କ୍ଷୟକ୍ଷତି ମକା, କପା, ଧାନ ଛାଷି କୁ କ୍ଷତି ପୂରଣ, ମକା ବିକ୍ରି କରିବା ପାଇଁ ମଣ୍ଡି ର ବ୍ୟବସ୍ଥା ଓ ଏକ କେଜି ମକା 50 ଟଙ୍କା କରିବା, ଶିକୁଂଳି ପଦର ଗା ରେ ଆଦିବାସୀ ମାନଙ୍କ ପଟା ଜମି ଉପରେ ଅଣ ଆଦିବାସୀ ମାନଙ୍କ ଚକ୍ରାନ୍ତ ବଦଂ କରିବା, ସମସ୍ତ କୁଂ ରେସନ କାର୍ଡ ଓ ମାସିକ 50 କେଜି ଚାଉଲ ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା, ପେନସନ 5000 ଟଙ୍କା ପ୍ରଦାନ କରିବା, ମନରେଗା କାମ ରେ ଦୈନିକ 600 ଟକା ପ୍ରଦାନ କରିବା, ସମସ୍ତ କୁଂ 300 ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେବା,ତାବରଡା ଓ ଗୁଆର ଗାଁ ର ମଶାଣି ଜମି ଚିହ୍ନଟ କରିବା, ବିକାଶ ନାମରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି ଓ ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ଭିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଦେଶର ସାଂବିଧାନ ଓ ପେସା ଆଇନ୍ ରେ ଆଦିବାସୀ ର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି l ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସାମ୍ଭିଧାନିକ ଅଧିକାର ଆଜି ପର୍ଯ୍ୟନ୍ତ ଅଦାଂର ଭିତରେ ରହିଛି । 2006 ଜଗଂଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ l ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ସରକାର ଅଣ ଆଦିବାସୀ ମାନଙ୍କୁ ଦେବା ସୁଯୋଗ ଦେଉଛି । ସରକାର ଆଦିବାସୀଙ୍କ ଦୁଖ ନ ଦେଖି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି। ସରକାର ଆଦିବାସୀଙ୍କ ସମ୍ଭିଧାନିକ ଅଧିକାର କୁ ଖିଲାପ କଲେ ତାହା ହେଲେ ଆନ୍ଦୋଳନ ତୀବ୍ର କରିବା ପାଇଁ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଛନ୍ତି lଉପସ୍ଥିତ ଥିଲେନରସିଂହ ମଣ୍ଡଳ, ମାଥ୍ୟୁ ରଇତ ,କୈଳାସ ଶବର, ଡାଗଂଲା ରଇତ,,କେଶବ ରଇତ, ଯୋହନ ରଇତ, ଏଲିଆବ ଗମାଙ୍ଗ, ସର୍ବଶ୍ରୀ ଗମାଙ୍ଗ, ସୁଦାମ ରଇତ, ସିମିୟ ରଇତ, ରଇସାନ ରଇତ, ବସା ରଇତ, ଅବିୟ ଗମାଙ୍ଗ, ମଇଜ ମାଝୀ, ଶିନୁ ବେହେରା, ନିବେଦକ ତ୍ରିପତି ଗମାଙ୍ଗରାଜ୍ୟ କମିଟି ସଭ୍ୟ ସି ପି ଆଇ (ଏମଏଲ) ଲିବରେସନ ଗଜପତି ଓଡିଶା

Leave a Reply

Your email address will not be published. Required fields are marked *