ଟିକିରିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ରାୟଗଡ଼ା,୨୧/୧୧(ପ୍ରଫୁଲ୍ଲ କୁମାର ବେହେରା): କାଶୀପୁର ବ୍ଲକ ଟିକିରି
ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ଠାନ ଆରୋଗ୍ୟ
ସ୍ବାସ୍ଥ୍ୟମେଳା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରୁ
୨୬ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ରକ୍ତର ଚାହିଦା
ପୂରଣ ପାଇଁ ଆୟୁଷ୍ଠାନ ଆରୋଗ୍ୟ ଯୋଜନାରେ
ଜିଲ୍ଲାର ପ୍ରତ୍ୟେକ ଉପ ସ୍ଵାସ୍ଥ୍ୟକେନ୍ଦ୍ର, ପିଏଚ୍ସି ଏବଂ
ସିଏଚ୍ରେ ରକ୍ତଦାନ ଶିବିର ଆୟୋଜନ କରାଯିବ।
ଉକ୍ତ ଯୋଜନାରେ ରାୟଗଡ଼ା ଜିଲ୍ଲାର ଟିକିରି ପିଏସି
ଠାରେ ପ୍ରଥମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
କାଶୀପୁର ସିଏମ୍ସି ଭାରପ୍ରାପ୍ତ ଅଧିକାରୀ ଡା. ନେତ୍ରାନନ୍ଦ
ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ସ୍ବାସ୍ଥ୍ୟ
ବିଭାଗର ବହୁ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ସମାଜସେବୀ
ତଥା ସ୍ଥାନୀୟ ଅଞ୍ଚଳବାସୀ ସ୍ଵେଚ୍ଛାକୃତ ଭାବେ ରକ୍ତ
ଦେଇଥିଲେ। ରାୟଗଡ଼ା ରକ୍ତଭଣ୍ଡାର ଡାକ୍ତର ଗୌତମ
ପଟନାୟକ, ଟେକ୍ନିସିଆନ ଏସ୍.କେ ଆଚାର୍ଯ୍ୟ, ବି.
କିଶୋର କୁମାର, ହେମାନନ୍ଦ ମିଶ୍ର ଏବଂ ଶଙ୍କର ତାଡିଙ୍ଗି
ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଟିକିରି ପିଏସି ଡାକ୍ତର
ଉତ୍ତମ କୁମାର ହିଆଲ, ଆୟୁଷ ଡାକ୍ତର ପ୍ରଶାନ୍ତ କୋରା,
ଫାର୍ମାସିଷ୍ଟ ସୁଧାଂଶୁ କୁମାର ବେହେରାଙ୍କ ସହିତ ରାଧାକାନ୍ତ
ଦୁରିଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ।
,