ଶଙ୍କରାଖୋଲ କଲେଜ ଶିବିର ପରିଦର୍ଶନ କଲେ କାର୍ଯ୍ୟକ୍ରମ ସଂଯୋଜକ….
ଚକାପାଦ :- ତା: ୦୪-୧୧-୨୦୨୫ (ରିପୋର୍ଟ କୁନା ଦିଗାଲ )ଶଙ୍କରାଖୋଲର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟଗ୍ରାମ ଗୁଡ୍ରୀଗାଁ ଠାରେ ଆୟୋଜିତ କରାଯାଇଥିବା ଜାତୀୟ ସେବା ଯୋଜନା ଶିବିରକୁ ପରିଦର୍ଶନ କରିଥିଲେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ବିଶ୍ଵରଞ୍ଜନ ଜେନା । ସେ ଉପସ୍ଥିତ ସ୍ୱେଚ୍ଛାସେବୀ ମାନଙ୍କୁ ଦାୟିତ୍ବବାନ ହେବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କରାଯାଇଥିବା ସଫେଇ କାର୍ଯ୍ୟକ୍ରମ ,ସଚେତନତା କାର୍ଯ୍ୟକ୍ରମ , ସର୍ଭେ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ କାର୍ଯ୍ୟକ୍ରମ ସଂଯୋଜକ । ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଶିବିର ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ଏହି ଶିବିର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ରୀନାରାଣୀ ପ୍ରଧାନ , ବିଦ୍ୟାଳୟର ଗ୍ରନ୍ଥାଗିରିକ ଶ୍ରୀ ସନ୍ୟାସୀ ଜେନା ଓ ବୈଷୟିକ ସହାୟକ ଶ୍ରୀ କାହୁଁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।
