ରାୟଗଡ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସରେ ଗଣ ଦୌଡ ।

ଗଜପତି (ମନୋଜ ପାଢୀ)ରାୟଗଡ- ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଥାନା ଠାରେ ଥାନା ଅଧିକାରିଣୀ କମଳା ଚୌଧୁରୀ ଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଈ ଯାଇଛି।ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ବଜାଇ ରଖିବା ନିମନ୍ତେ ସମସ୍ତେ ଶପଥ ପାଠ କରିବା ସହିତ ରାୟଗଡ଼ ଥାନାରୁ ତହସିଲ ଅଫିସ ପର୍ଯ୍ୟନ୍ତ ଏକ ମିନି ମାରାଥାନ ବାହାରି ଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଥାନାର ଏସ.ଆଇ କୃଷ୍ଣା ସେଠୀ, ଏ.ଏସ.ଆଇ ସୁରଥ ଭୂୟାଁ, ଏ.ଏସ.ଆଇ ଦେବାଶିଷ ପାତ୍ର, ଜିରାଙ୍ଗ ଫାଣ୍ଡି ଅଧିକାରୀ କେ.ରାବଣା ଙ୍କ ସହ ରାୟଗଡ଼ ଥାନାର ସମସ୍ତ ଗୃହରକ୍ଷୀ ରାୟଗଡ଼ ଯୁବ ସମାଜ ସେବୀ ମଫିଏଲ୍ ସ୍ୱା ଲସିଂ କର୍ମଚାରୀ ଏବଂ ରାୟଗଡ଼ର ବହୁ ଯୁବକ ମାନେ ଏଥିରେ ଭାଗ ନେଇ ଥିଲେ ।

Leave a Reply

Your email address will not be published. Required fields are marked *