ଗୋ ଚମଡା ଚୋରା ଚାଲାଣ ଟ୍ରକ ଜବତ କଲେ ଯୁବଗୋଷ୍ଠୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଲକରୁ ବିଲମ୍ବିତ ରାତିରେ ଭମରପୁର ଗ୍ରାମରୁ ଏକ ଟ୍ରକରେ ଗୋ ଚମଡା ଧରି ଖୋଦ୍ଧା ଅଭିମୁଖେ ଟ୍ରକ ନମ୍ବର OD02C J1431 ଯାଉଥିଲା । ଖଜୁରୀପଦା ଗ୍ରାମର କିଛି ଯୁବକମାନେ ବନ୍ଦକୁ ସୌଚ କରିବାକୁ ଯାଇଥିବା ସମୟ ଖଜୁରୀପଦା ବନ୍ଦ ଘାଟି ଟ୍ରକ ଚଢିପାରୁନଥିଲା । ବନ୍ଦରେ ଥିବା ଯୁବକମାନେ ଗାଡି ଘାଟି ଚଢେଇବାକୁ ସାହାର୍ଯ୍ୟ କରିବାକୁ ଯାଇଥିଲେ । ସାହାର୍ଯ୍ୟ କରିବା ପାଇଁ ଆସିଥିବା ସମୟରେ ଟ୍ରକରୁ ଦୁଗନ୍ଧ ବାହାରିଥିଲା । ଯୁବକମାନେ କାହିଁକି ଏପରି ଦୁଗନ୍ଧ ହେଉଛି ବୋଲି ଗାଡି ଚାଳକକୁ ପଚାରିବାରୁ ଗାଡି ଚାଳକ କୁକୁଡା ଲୋଡ ଲୋଡ ହୋଇଥିବା କରିଥିବାରୁ ଯୁବକମାନେ ସନ୍ଦହ କରି ଗ୍ରାମର ଅନ୍ୟ ଯୁବକକୁ ଜଣାଇଲେ । ଗ୍ରାମର ସମସ୍ତ ଯୁବକ ଏତ୍ରିତ ହୋଇ ଟ୍ରକକୁ ଅଟକାଇ ସହ ଗାଡି ଯାଞ୍ଚ କରିବାକୁ ଅଡିବସିଥିଲେ ଏବଂ ପୁଲିସ ଜଣାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଯାଞ୍ଚ କରିବାରୁ ୫ ହଜାରରୁ ଉଦ୍ଧ୍ବ ଗୋ ଚମଡା ଥିବା ଯୁବକ ଦେଖି ଉତେଜନା ହୋଇଥିଲେ । ଏହାପରେ ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭର, ହେଲପର ଏବଂ ଚମାଡି ବେପାରି ଥାନାରେ ଅଟକ ରଖିଥିଲେ । ସକାଳେ ହେଲେ କାର୍ଯ୍ୟାଅନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଥିଲେ । ମାତ୍ର ପୁଲିସ ଏବେସୁଧା କୌଣସି କାର୍ଯ୍ୟଅନୁଷ୍ଠାନ ଗ୍ରହଣ ନକରାଯିବା ଦ୍ବାରା ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି । ଏହି ବିଷୟ ନେଇ ଖଜୁରୀପଦା ଫାଣ୍ଡି ଦାଇତ୍ବଥିବା ସଆଇ ନଳିନୀ ମେଡମ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଜବତ କରାଯାଇଥିବା ଟ୍ରକର ସମସ୍ତ ସରକାରଙ୍କ ନିୟମ ପ୍ରକାରେ କାଗଜପତ୍ର ସବୁ ଠିକ୍ ଯୋଗୁଁ ଜବତ ଗୋ ଚମଡା ଟ୍ରକକୁ ଛାଡିଦିଆଯିବ ବୋଲି କହିଥିଲେ । ଗାଡିରେ କେତେ ଚମଡା ଯାଉଥିବା ପଚାରିବାରୁ ୧୫ଶହ ଚମଡା ଥିବାର କହିଥିଲେ । ମାତ୍ର ଟ୍ରକରେ ୫ହଜାର ରୁ ଉଦ୍ଧ୍ବ ଚମଡା ଚୋରାଚାଲଣ କରାଯାଉଥିବା ଯୁବକମାନେ କହିଥିଲେ । ଏତେ ପରିମାଣ ଗାଇ କାଟିକୁ ଏଠି ଅନୁମତି ଦେଲାକିଏ । ଯଦିଦେଲା ସେହି ଅଞ୍ଚଳରେ କତଲ ଖାନା ଅଛି କେଉଁଠି, ଏତେ ଗାଇ ଆସିଲା କେଉଠୁ କେଉଁଠି କଟାଗଲା ଯଦି କତଲ ଖାନା ଅଛ କତଲ ଖାନାର ପରିମିଶନ ଅଛିକି ସେମାନଙ୍କ ପାଖରେ । ଏହାକୁ ନେଇ ଏକ ଚର୍ଛାର ବିଷୟ ପାଟିଛି ।
Related Posts
ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ ଭୁବନେଶ୍ୱର: ମେ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ…
ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି |
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି | ଘରେ କେହି ନ ଥିବାବେଳେ ରାତି ଅଧରେ ଜଣେ ବିବାହିତ ଯୁବକ…
ପ୍ରଧାନ ଶିକ୍ଷକଙ୍କ ଦୌରାତ୍ମକୁ ବିରୋଧ କରି ତାଲା
ପ୍ରଧାନ ଶିକ୍ଷକଙ୍କ ଦୌରାତ୍ମକୁ ବିରୋଧ କରି ତାଲା ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କେସେରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ…