ଛେଳି ପାଳନ ସମ୍ବଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ।ଗଜପତି(ମନୋଜ ପାଢୀ) କୃଷି ବିଜ୍ଞାନ କେନ୍ଦ୍ର ଗଜପତି ରେ ଛେଳି ପାଳନ ସମ୍ବଧୀୟ ଏକ ତିନିଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମ ରେ ଆରମ୍ଭ ହୋଇଥିବା ତାଲିମ, ୨୯.୧୦.୨୦୨୫ ରୁ ୩୧.୧୦.୨୦୨୫ ପଯ୍ୟନ୍ତ ଚାଲିଥିଲା . ଏଥିରେ ନୂଆଗଡ ବ୍ଲକ ର ଅତରସିଂ, ୠମୁଣ୍ଡା ଗ୍ରାମ ରୁ ୨୦ ଜଣ ଚାଷୀ ଭାଗ ନେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନି ଡ୍ର ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଛେଳି ପାଳନରେ ଗୃହ ପରିଚାଳନା , ଖାଦ୍ୟ , ବିଭିନ ରୋଗ ଓ ନିରାକରଣ ବିଷୟ ରେ ତାଲିମ ପ୍ରଦାନ କରିଥିଲେ । ପାରଳାଖେମୁଣ୍ଡି ଏବଂଗ ନୂଆଗଡ ର ପ୍ରାଣୀ ସମ୍ପଦ ବିଭାଗ ର ଅଧିକାରୀ ମାନେ ଛେଳି ପ୍ରଜନନ ,ଛେଳି ଓ ମେଣ୍ଢା ସମ୍ବଧୀୟ ସରକାରୀ ଯୋଜନା ବିଷୟ ରେ ଆଲୋଚନା କରିଥିଲେ. ୨ୟ ଦିନରେ ଲସମିପୁର ଠାରେ ଥିବା ଛେଳି ଭାଡ଼ି ଘର ପରିଦର୍ଶନ ରେ ଯାଇ ଚାଷୀ ମାନେ ଛେଳି ପାଳନ ର ସମସ୍ତ କାର୍ଯ୍ୟ ଦେଖି ଶିଖିଥିଲେ. ୩ୟ ଦିନରେ ଭାଗ ନେଇଥିବା ଚାଷୀ ମାନଙ୍କୁ କେନ୍ଦ୍ର ର ମୁଖ୍ୟ ଡ୍ର ସଂଗ୍ରାମ ପରମଗୁରୁ ମାନପତ୍ର ପ୍ରଦାନ କରିଥିଲେ ଅନ୍ୟମାନଂକ ମଧ୍ୟ ରେ ବୈଜ୍ଞାନିକ ଜାନୁଆରୀୟସ କୁଜୁର , ଜୟଶଙ୍କର ପ୍ରଧାନ, ମନୋଜ କୁମାର ସାହୁ ସହଯୋଗ କରିଥିଲେ ।
