ସମ୍ମାନ ସମାରୋହରେ ଲିଭ ଫର ଅଦର୍ସ ସମ୍ବର୍ଦ୍ଧିତ
ସେମିଳିଗୁଡା.ତାରିଖ ୩୧,୧୦,୨୦୨୫,କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ର ତରଫରୁ ଅନୁଷ୍ଠିତ ରକ୍ତଦାତା ଦିବସର ପାଳନ ସମାରୋହରେ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସକୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ତିନୋଟି ରକ୍ତଦାନ ଶିବିରର ଆୟୋଜନ କରି ୯୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ଏହି ଉସ୍ଚବରେ ମୂଖ୍ଯ ଅତିଥି ଭାବରେ,ଭେଷଜ ମହାବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ଡକ୍ଟର ସୁଶାନ୍ତ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ପାଥୋଲୋଜି ବିଭାଗର ମୂଖ୍ଯ ଡକ୍ଟର ପ୍ରଶାନ୍ତ କୁମାର ଦାସ ଯୋଗ ଦେଇଥିଲେ। ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ମଧୁସୂଦନ ବଳିୟାରସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରୀନା ସାହୁ,ରବୀନ୍ଦ୍ର ମିଶ୍ର, ବିକାଶ,ସଂଜୟ ପ୍ରମୁଖ ସହଯୋଗ କରିଥିଲେ। ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ମାନପତ୍ର ଓ ଉପଢ଼ୌକନ ଗ୍ରହଣ କରିଥିଲେ। ଏହାସହିତ ଏଫବିଡିଓ କୋରାପୁଟ ଶାଖାର ର ସଂପାଦିକା ହିସାବରେ ଓ ବିଜେପି ନେତ୍ରୀ ହିସାବରେ ଓ ବରିଷ୍ଠ ନାଗରିକ ସଂଘ ସଭ୍ଯ ଭାବରେ ଅନ୍ୟ ସଦସ୍ଯମାନଙ୍କ ସହଶ୍ରୀମତୀ ମିଶ୍ର ମାନପତ୍ର ଗ୍ରହଣ କରିଥିଲେ।ପ୍ରଦୀପ କୁମାର ତ୍ରିପାଠୀ ମଂଚ ପରିଚାଳନା କରିବା ସହ ,ଶେଷରେ ସ୍ନିଗ୍ଧାରାଣୀମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ୭୮ଜଣ ଶିବିର ଆୟୋଜକଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଉଲ୍ଲେଖଯୋଗ୍ଯ ଯେ ରକ୍ତଦାନ ଶିବିର ସହ ଲିଭ ଫର ଅଦର୍ସ ଅନେକ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରି ଆସୁଛି।
