ଡୁଙ୍ଗୁରିପାଲି ସର୍ଗୁଲ ରେ ରକ୍ତ ଦାନ ଶିବିର ୬୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅନ୍ତର୍ଗତ ସର୍ଗୁଲ ଗ୍ରାମ ରେ ଉପ ସ୍ବାସ୍ଥ୍ୟ କେନ୍ଦ୍ର ସର୍ଗୁଲ ଠାରେ ଶ୍ରୀ ରାମ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ଡାକ୍ତର ସୁଶାନ୍ତ ମେହେର ସ୍ବତନ୍ତ୍ର ଅତିଥି ଭାବରେ ବିଜେପୁର ମେଡିକାଲ ଅଫିସର, ରୁଦ୍ରଦେବ ଦଣ୍ଡସେନା, ନବ କୁମାର ବାରିକ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୬୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅନେକ ମହିଳା ଏହି ଶିବିର ରେ ସ୍ଵତଃ ରକ୍ତ ଦାନ କରିଥିଲେ। ସର୍ଗୁଲ ରେ ନିଷ୍ଠା ପରିବାର ଏକ ନୂଆଁ ଟିମ ତିଆରି ହେଲା। ଅନେକ ସ୍ବେଛାସେବୀ ନୂତନ ସଦସ୍ୟତା ଗ୍ରହଣ କଲେ।ଏହି ଶିବିର କୁ ହଳଯୁଧ ସେଠ୍, ପୁରନ୍ଦର ସାହୁ, ଦେବକାନ୍ତ ବଂଚୋର, ବିଭୁତି ଧାରୁଆ, ସୁରେଶ ବେହେରା, ଜୈମିନ ସାହୁ, ପ୍ରଫୁଲ୍ଲ ବାରିକ, ଘନଶ୍ୟାମ ସାହୁ, ଅନିଲ ଜାଲ, ଦିଲ୍ଲୀପ ବାଘ, ଦୟାମୟ ବାରିକ, ପିୟୁଷ ସାହୁ, ଯୁଧିଷ୍ଠିର ନାହାକ, ସୁମିତ ସ୍ୱାଇଁ, ମୁକେଶ ଭୋଇ, ପ୍ରବିତ୍ର ବେହେରା, ପ୍ରବୀଣ ସାହୁ, ସୋହନ ସାହୁ, ପ୍ରୟାଂଶୁ ସାହୁ, ଦିଲୀପ ଦାସ, ରାଜା ରଣା, ସୁରେନ ସାହୁ, ଅଜିତ ସାହୁ, ଦଶରଥ ମେହେର, ପ୍ରଶାନ୍ତ ସାହୁ,ଓ ନିଷ୍ଠା ପରିବାର ସଦସ୍ୟ ମାନେ ଶିବିର ର ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଶ୍ରୀ ରାମ କମିଟି ସର୍ଗୁଲ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ

