ପ୍ରତିଶ୍ରୁତି ଭୁଲିଗଲେ କମ୍ପାନୀ କର୍ତ୍ତୃପକ୍ଷ*ଜମିହରା ଦ୍ଵାରା ରାଲୀ

ପ୍ରତିଶ୍ରୁତି ଭୁଲିଗଲେ କମ୍ପାନୀ କର୍ତ୍ତୃପକ୍ଷ*ଜମିହରା ଦ୍ଵାରା ରାଲୀ

ପ୍ରତିଶ୍ରୁତି ଭୁଲିଗଲେ କମ୍ପାନୀ କର୍ତ୍ତୃପକ୍ଷ*ଜମିହରା ଦ୍ଵାରା ରାଲୀ

________________________________

ସେମିଳିଗୁଡା: କମ୍ପାନୀ ପ୍ରତିଷ୍ଠା ହେଲେ ଜମିହରା ଓ ସ୍ଥାନୀୟ ଶିକ୍ଷ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କର୍ମ ନିଯୁକ୍ତି ମିଳିବ, ଉପଯୁକ୍ତ କ୍ଷତି ପୂରଣ ଦିଆ ଯିବ, ଏଭଳି ପ୍ରତିଶ୍ରୁତି ଦେଇ ଜମି ନେଲେ । କିନ୍ତୁ ବର୍ତ୍ତମାନ ସ୍ଥାନୀଯ ଲୋକଙ୍କୁ ଅଣଦେଖ କରି କମ୍ପାନ କର୍ତ୍ତୃପକ୍ଷ କାମ କରୁଥିବା ଅଭିଯୋଗ କରିଜମିହରା ଦ୍ଵାରା ରାଲୀ କରିଥିଲେ।ପରେ କମ୍ପାନୀ କର୍ତ୍ତୃପକ୍ଷ ସହ ଆଲୋଚନା କରିଛନ୍ତି। ଗତମାସରେ ସେମିଳିଗୁଡା ବ୍ଲକରେ ଗ୍ରୀନ ପ୍ଲାଏଉଡ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତି ପ୍ରସ୍ତର କରା ଯାଇଥିଲା | ଉକ୍ତ ଶିଳ୍ପ ନିମନ୍ତେ ସଂପୃକ୍ତ କମ୍ପାନୀ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ଓ ଦଳେଇଗୁଡ଼ା ପଞ୍ଚାୟତର ସରକାରୀ ଜମି ସହ ୪୦ ବର୍ଷ ପୁର୍ବରୁ ରାଜ୍ୟ ସରକାର ଦୁଇ ପଞ୍ଚାୟତର ୮୪ଟି ପରିବାରକୁ ଜୀବନ ଜୀବିକା ନିମନ୍ତେଦେଇଥିବା ୭୩ ଏକର ଜମି ନେଇଥିଲେ । ଲୋକଙ୍କୁ ଜମି ବାବଦରେ କ୍ଷତି ପୂରଣ ସହ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବାକୁ କଂପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ | କିନ୍ତୁ ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷ ତାହା ଭୁଳି ଯାଇଛନ୍ତି । ଜମିହରା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲୋକେ ଉକ୍ତ ଜମିରେ ଚାଷ କରିବା ସହ କାଜୁ, ଓ ଅନ୍ୟାନ୍ୟ ଫଳ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ । । ବର୍ତ୍ତମାନ ଜମି ଚାଲି ଯିବା ପରେ ସେମାନଙ୍କର ଚିନ୍ତା ବଢ଼ିଛି । ଶିଳ୍ପ ବଢ଼ିଛି I ଶିଳ୍ପ ପ୍ରତିଷ୍ଠା ହେଲେ ଲୋକ ଦୋକାନ ବଜାର କରିବେ, ବ, କେତେକ ବ୍ୟକ୍ତି ଋଣ କରି ଟ୍ରକ୍, ଟିପର କ୍ରୟ କରିଛନ୍ତି । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଗାଡ଼ି ନେବାକୁ ମନା କରିଛନ୍ତି I ଫଳରେ ଋଣ ଆଣିଥିବା ଲୋକେ ମାନସିକ ନିର୍ଯାତନା ପାଉଛନ୍ତି । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ ପ୍ରଥମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଦାବି କରିଥିଲେ।ଗ୍ରୀନ ପ୍ଲାଏଉଡ ଶିଳ୍ପ ପ୍ରତିଷ୍ଠା ନିର୍ମାଣ କାମ ଚାଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସାମିଲ କରିବା ପାଇଁ ଦାବି କରିଥିଲେ।ପୂର୍ବତନ ବିଧାୟକ ପ୍ରିତମ ପାଢ଼ୀ ନେତୃତ୍ବ ରେ ସେମିଳିଗୁଡା ବ୍ଲକର ,ଉପାଧ୍ୟକ୍ଷ ଶିବା ବାଂଗାରୀ, ଦୁଇ ପଞ୍ଚାୟତ ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ।ଜମିହରା ଦାବି ହାସଲ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇ ଚନ୍ତି।