ଫୁଲବାଣୀ ଠାରେ ଓରମାସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଷ୍ଟଲ ଖୋଲିଲା….
କନ୍ଧମାଳ -18/10 (ରିପୋର୍ଟ କୁନା ଦିଗାଲ )ଓରମାସ କନ୍ଧମାଳ,ତରଫରୁ ଆଲୋକର ପର୍ବ ଦୀପାବଳି ଅବସରରେ ଦୀପାବଳି ଷ୍ଟଲ ଖୋଲାଯାଇଛି l ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଷ୍ଟଲ ଉଦଘାଟନ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶମ୍ବୁନାଥ ନନ୍ଦୀ, ଓରମାସ ର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଣ୍ଡିଚା ବେହେରା, ପ୍ରକଳ୍ପ ପ୍ରସାଶକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଗଦାଧର ପାତ୍ର, ଉପ ନିର୍ଦେଶକ ଉଦ୍ୟାନ କୃଷି, ଶ୍ରୀମତୀ ସ୍ମିତା ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ, ଫୁଲବାଣୀ ମୁନିସିପାଲିଟି, ସମରେଶ ମହାନ୍ତି ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତା ଏବଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ବାଲିଗୁଡା ବ୍ଲକ ବାରଖମା ର ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କନକ ଦୁର୍ଗା ଉତ୍ପାଦିକା ଗୋଷ୍ଠୀ, ଫୁଲବାଣୀ ଦ୍ୱାରା ଉତ୍ପାଦିତ ମାଟି ଦୀପ, ଚାନ୍ଦୁଆ, ଟେରାକୋଟା ଏବଂ ଅନ୍ୟ ଦୀପାବଳି ସାମଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ ଖୋଲା ଯାଇଛି l ଏହି ଷ୍ଟଲ ଆସନ୍ତା ୨୧ ରିଖ ପର୍ଯ୍ୟନ୍ତ ଖୋଲା ରହିବ l ଜନ ସାଧାରଣ ବହୁମାତ୍ରାରେ ଆସି ଏହି ସ୍ୱତନ୍ତ୍ର ଷ୍ଟଲ ରୁ ଟେରାକୋଟା ପ୍ରସ୍ତୁତ ସାମଗ୍ରୀ କିଣି ସ୍ଥାନୀୟ କାରିଗର ମାନଙ୍କ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି l
