କୋଳନରା କ୍ରିକେଟ ପ୍ରିମିୟୟ ଲିଗ ଉଦଘାଟିତ
ରାୟଗଡା :(ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ସଦର ମୋହକୁମା ର ମିନିଷ୍ଟାଡିୟମ ରେ କୋଳନର କ୍ରିକେଟ ପ୍ରିମିୟର ଲିଗ ର ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉତ୍ସବ ରେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୋଳନରା କ୍ରିକେଟ ପ୍ରିମିୟର ଲିଗ ମେଚ ର ଶୁଭ ଉଦଘାଟନ କରିଥିଲେ l ସ୍ଥାନୀୟ ୟୁବ ଗୋଷ୍ଠି ଓ ବିଜେପି ର ମିଳତ ଉଦ୍ୟମ ରେ ଏହି ଖେଳ ଆରମ୍ଭ ହୋଇଛି ଏଥିରେ ଜନସେନା, ଇଲେଭେନ ଷ୍ଟାର, କିଙ୍ଗ ଅଫ ସ୍କାଇ ଓ ଇଲେଭେନ ଲାଇନ୍ସ 4 ଗୋଟି ଦଳ ଭାଗ ନେଇଛନ୍ତି l ପ୍ରତ୍ୟକ ଦଳ 6 ଗୋଟି ଲେଖେ ମେଚ ଖେଳିବେ ଏହାର ଅନ୍ତିମ ଫାଇନେଲ ଖେଳ ଆସନ୍ତା ନଭେମ୍ବର ମାସ 5 ତାରିଖ ରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି l ମୁଖ୍ୟଅତିଥି କୋଳନରା ରେ ପହଂଚିବା ପରେ କମିଟି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ପାରମ୍ପରିକ ନାଚ ଗୀତ ମାଧ୍ୟମରେ କ୍ରିକେଟ ପଡିଆ କୁ ପାଛୋଟି ଆଣିଥିଲେ l ପୂଜାର୍ଚନା ସମାପ୍ତି ପରେ ମୁଖ୍ୟ ଅତିଥି ଖେଳ ଶୁଭାରମ୍ଭବ କରିଥିଲେ l ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ ଯେ ଏହି କ୍ରିକେଟ ଖେଳ ଦ୍ୱାରା ଆମ ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହେଉଛି ଏହା ବଜୟୀ ରଖିବାକୁ ପରାମର୍ଶ ଦେଇଥିଲେ l ସ୍ଥାନୀୟ ୟୁବ ଗୋଷ୍ଠି ଓ ବିଜେପି ର ମିଳିତ ଉଦ୍ୟମ ରେ ଯେଉଁ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଛି ସେଥିପାଇଁ ସମସ୍ତ ଆୟୋଜକ ଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି ଉଦଘାଟନ ମେଚ ରେ ଅନ୍ୟତମ ଅତିଥି ଭାବେ ବିଜେପି ର ଚକ୍ର ଧରବିଡ଼ିକା ke ଶ୍ରୀନିବାସ, ବିରଜା ପାତ୍ର, ହରିହର ହିମରିକା,ଜିତେନ୍ଦ୍ର କୁମାର ଜିତୁ ବେହେରା, ଗୋପାଳ, ଦିନଙ୍କର, ବସନ୍ତା, ହରି ଉର୍ଲାକା, ଙ୍କ ସମତେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

