ଗୁଡାରି ପୋଲିସ ଦ୍ୱାରା ୧୭୭ କିଲୋ ଗଞ୍ଜେଇ ଜବତ

ଗୁଡାରି ପୋଲିସ ଦ୍ୱାରା ୧୭୭ କିଲୋ ଗଞ୍ଜେଇ ଜବତ
Spread the love

ଗୁଡାରି ପୋଲିସ ଦ୍ୱାରା ୧୭୭ କିଲୋ ଗଞ୍ଜେଇ ଜବତ
ରାୟଗଡ଼ା ୧୧/୧୦( ପ୍ରଫୁଲ୍ଲ କୁମାର ବେହେରା) ଗୁଡାରି ପୋଲିସ ଦ୍ୱାରା ସର୍ଗିଗୁଡା ଗ୍ରାମ ନିକଟରେ ୧୭୭ କିଲୋ ଗଞ୍ଜେଇ ଜବତ ହୋଇଛି l ଗୁଡାରି ପୋଲିସ ସର୍ଗିଗୁଡା ଗ୍ରାମ ନିକଟରେ ପି ଏସ୍ କେସ୍ ନମ୍ବର ୧୦୭/୨୫ ମାଧ୍ୟମରେ ଏକ ଏନ ଡି ପି ଏସ ମାମଲା ରୁଜୁ କରିଛି l ଜଣେ ବ୍ୟକ୍ତିଙ୍କୁ ଗିରଫ କରି ୧୭୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଆସନ୍ତାକାଲି ଅଭିଯୁକ୍ତଙ୍କୁ ମାନ୍ୟବର କୋର୍ଟକୁ ପଠାଯିବ। ସମସ୍ତ ପ୍ରକ୍ରିୟା ଗୁଡାରି ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ ପାଢୀଙ୍କ ଉପସ୍ଥିତିରେ କରାଯାଇଛି। ଗୁମୁଡା ଏସ ଆଇ ବୀରେନ୍ଦ୍ର ରାୟ ଏବଂ ତଦନ୍ତ ଅଧିକାରୀ ଗୁଡାରି ଏସ ଆଇ ସଞ୍ଜୟ ଛତ୍ରଙ୍କ ଦ୍ୱାରା ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି l