ଅତିରିକ୍ତ ଏସ୍.ପି. ଅଂଶୁମାନ ଦ୍ବିବେଦୀ ରାୟଗଡା ଜ଼ିଲ୍ଲା ର ନୂତନ ଅତିରିକ୍ତ ଏସ ପି ହେବେ
ରାୟଗଡା ( ଅମୁଲ୍ୟ ନିଶଙ୍କ ); ଭଦ୍ରକ ଜିଲ୍ଲାର ଦକ୍ଷ ତଥା ଲୋକପ୍ରିୟ ପୁଲିସ୍ ଅଧିକାରୀ ଭାବେ ପରିଚିତ ଅତିରିକ୍ତ ଏସ୍.ପି. (ଡି.ଆଇ.ବି ) ଅଂଶୁମାନ ଦିବେଦୀଙ୍କର ଗୁରବାର ବଦଳି ନିର୍ଦ୍ଦେଶ ରାୟଗଡା ଜ଼ିଲ୍ଲା ର ଅତିରିକ୍ତ ଏସ ପି ଭାବେ ନିର୍ଦେଶନାମା ଆସିଛି। ରାଜ୍ୟ ଗୃହ ବିଭାଗର ନିଷ୍ପଭିକ୍ରମେ ରାଜ୍ୟର ୧୯ ଜଣ ଏ.ଏସ୍.ପି.ଙ୍କୁ ଅଦଳ ବଦଳ କରାଯାଇଛି। ସେହି କ୍ରମରେ ଶ୍ରୀ ଦ୍ଵିବେଦୀଙ୍କୁ ଭଦ୍ରକରୁ ରାପଗଡା ବଦଳି କରାଯାଇଛି। ଭଦ୍ରକରେ ଆଇନ-ଶୃଙ୍ଖଳ ରକ୍ଷା କ୍ଷେତ୍ରରେ ସେ ଜଣେ କରିତକର୍ମ ତଥା ଦକ୍ଷ ଅଧୂକାରୀ ଭାବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାର ସୂଚନା ମିଳିଛି । ତାଙ୍କର ଭିନ୍ନ ଧରଣର କାର୍ଯ୍ୟଦକ୍ଷତା ତାଙ୍କୁ ସଫଳତାର ସିଡି ଚଢ଼ାଇ ପାଡ଼ୁଥିଲା ଓ ଗୁଣ୍ଠା, ବଦମସ ଆଉ ଅପରାଧ ମାନଙ୍କର ନିଦ ହଜି ଯାଇଥିଲା। ଏହା ବ୍ୟତୀତ ସାଧାରଣ ଲୋକଙ୍କ ସହିତ ସେ ବେଶ୍ ସାଧାରଣ ଓ ସରଳ ଢ଼ଙ୍ଗରେ ମିଶି ପାରୁଥିବାରୁ ବେଶ୍ ଲୋକପ୍ରିୟତା ଅର୍ଜନ କରିବା ସହିତ ଯୁବପୀଢ଼ିଙ୍କ ପାଇଁ ଉଦାହରଣୀୟ ହୋଇପାରିଥିଲେ । ଏସବୁ ନେଇ ଭଦ୍ରକ ସମେତ ଅନ୍ୟାନ୍ୟ ବ୍ଲକ୍ରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ର ଖବର ମଧ୍ୟ୍ୟ ହସ୍ତଗତ ହୋଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ସିଆ ପେଲ ଉପରେ 6 ହୋଇଥିବା ହିଂସାକାଣ୍ଡ ସମୟରେ ସେ ଏକୁଟିଆ ସ ଆନ୍ଦୋଳନକାରୀ ମାନଙ୍କୁ ରୋକିବାକୁ ଯାଇ ଆହତ ହୋଇଥିଲେ । ସେ ଆହତ ହୋଇଥିଲେ ମଧ୍ୟ ତାଙ୍କର ନିଭୀକତା ଓ କର୍ଭବ୍ୟ ନିଷ୍ଠା ପାଇଁ ଭଦ୍ରକ ବାସୀ ବଡ଼ ଏକ ସାମ୍ଭାବ୍ୟ ହିଂସାକାଣ୍ଡରୁ ରକ୍ଷାପାଈ ପାରିଥିଲା ବୋଲି ଖବର କାଗଜ ରେ ଖବର ପ୍ରକାଶ ପାଇଥିଲା । ଶ୍ରୀ ଦ୍ବିବେଦୀ ୨୦୨୨ ମସିହାରେ ସିଟି ଡି.ଏସ୍ ପି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ପରେ ନିଜର କର୍ମଦକ୍ଷତା ଯୋଗୁଁ ଅତିରିକ୍ତ ଏସ୍.ପି ରୂପେ ପଦୋନ୍ନତି ଭଦ୍ରକରେ ଅବସ୍ଥାପିତ ଥିଲେ। ରାୟଗଡା ଜ଼ିଲ୍ଲାବାସୀ ମଧ୍ୟ୍ୟ ବହୁତ କିଛି ଆଶା ରଖିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
