ସେମିଳିଗୁଡା ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ମାତୃ ଦିବସ ପାଳିତ।
ସେମିଳିଗୁଡା.ତାରିଖ ୧୦`୫`୨୨୬,ସେମିଳିଗୁଡାର ଇଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ମାତୃ ଦିବସ ଉପଲକ୍ଷେ ଏକ ମାତୃ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବରେ ସମାଜସେବୀ ତଥା ଅବସରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ ସମାଜ ଗଠନରେ ମା ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଶିକ୍ଷୟତ୍ରୀ ସାଏଦା ପରବିନ ଓ ସ୍ବର୍ଣ୍ଣ ଲତା ମୂନୀ ଯୋଗଦେଇ ଥିଲେ।ବିଶ୍ବ ବିଦ୍ୟାଳୟର ମୂଖ୍ଯ ପରିଚାଳିକା ବ୍ରହ୍ମାକୁମାରୀ ରୁବି ଭଉଣୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ସୁନାବେଡା ଇଶ୍ବରୀୟ ବିଶ୍ବ ବିଦ୍ୟାଳୟର ପରିଚାଳିକା ବିକେ ସଂଯୁକ୍ତା ଭଉଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବିକେ ସଂଜୁ,ଓ ଅନ୍ଯାନ୍ଯ ମାତୃମଣ୍ଡଳୀ ଓ ଭାଇମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଶେଷରେ ସମସ୍ତ ମାଆମାନଙ୍କ ମଧ୍ଯରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ଥିଲା।
