ସେଞ୍ଚୁରିଆନ ୟୁନିଭର୍ସିଟି ସ୍କୁଲ ଅଫ ନର୍ସିଙ୍ଗ ପକ୍ଷରୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ
ରାୟଗଡ(info media): ସେଞ୍ଚୁରିୟନ ୟୁନିଭେର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜେମେଣ୍ଟ(ସିୟୁଟିଏମ) ର ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ–୨୦୨୬ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ), ରାୟଗଡାର ପୁରୁଷ ସର୍ଜିକାଲ ୱାର୍ଡରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ମିଳିତ ଭାବରେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ: ନିୟମିତ ଭାବରେ ରକ୍ତଚାପ ଯାଞ୍ଚ କରନ୍ତୁ, ନୀରବ ଘାତକକୁ ପରାସ୍ତ କରନ୍ତୁ” ଥିମ୍କୁ ଆଧାର କରି କାର୍ଯ୍ୟକ୍ରମଟି ପାଳନ କରାଯାଇଥିଲା।ଜିଏନଏମ୍ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ନିର୍ଦ୍ଦେଶଳୟ ସୂଚନାମୂଳକ ଚାର୍ଟ ଓ ପୋଷ୍ଟର ପ୍ରସ୍ତୁତ କରି ଉଚ୍ଚ ରକ୍ତଚାପର କାରଣ, ବିପଦ ସଂକେତ, ଜଟିଳତା ଏବଂ ନିୟମିତ ରକ୍ତଚାପ ପରୀକ୍ଷାର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ। ସେଥିପାଇଁ ଔଷଧ ସମୟମତେ ସେବନ, କମ ଲୁଣ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଓଜନ ନିୟନ୍ତ୍ରଣ ଓ ତମାକୁ ଓ ମଦ୍ୟପାନରୁ ଦୂରେ ରହିବା ଭଳି ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୪ ଜଣ ରୋଗୀ ଓ ସେମାନଙ୍କ ସହଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନେ ସଚେତନତା ଅଧିବେଶନରେ ସକ୍ରିୟ ଭାବେ ଯୋଗଦେଇ ରକ୍ତଚାପ ପରୀକ୍ଷାର ସୁବିଧା ମଧ୍ୟ ନେଇଥିଲେ।ରୋଗୀ ଓ ୱାର୍ଡ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିବାବେଳେ, ଏହା ଜିଏନଏମ୍ ଛାତ୍ରଛାତ୍ରୀଙ୍କ ପାଇଁ ସମୁଦାୟ ଭିତ୍ତିକ ଶିକ୍ଷା ଓ ଯୋଗାଯୋଗ କୌଶଳ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥିଲା। ଏହା ସହିତ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ସଚେତନତା ଓ ପୂର୍ବ ପ୍ରତିରୋଧର ଗୁରୁତ୍ୱକୁ ମଧ୍ୟ ଉଦ୍ଘାଟିତ କରାଯାଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
