ସୀତମରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ

ସୀତମରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ

ସୀତମରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ

ସେମିଲଗୁଡ!(Ch Kuruma ରାଓ)ସାମନ୍ତ ଚନ୍ଦ୍ରଶେଖର ଇନଷ୍ଟି ଟୁଟ ଅଫ ଇଞ୍ଜନିୟରିଂ (ସୀତମ)ରେ ନବାଗତ ବୈଷୟିକ ଡିପ୍ଲୋମା ଓ ଡିଗ୍ରୀ ର ବିଦ୍ୟାର୍ଥୀମାନଙ୍କ ସ୍ବାଗତ ସଭା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସୀତମର ଚେୟାରମେନ ଶ୍ରୀକୃଷ୍ଣ ସିଂହ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ସେମିଳିଗୁଡା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଝାନ୍ ସି ସିଂହ।ଡିପ୍ଲୋମା ଶାଖାର ଅଧ୍ୟକ୍ଷ ଇ.ରଞ୍ଜିତ ଚହଟରାୟ, ଡିଗ୍ରୀ ଶାଖାର ଅଧ୍ୟକ୍ଷ ଡ. ଟି ରାଜେଶ କୁମାର ଦୋରା, କୋଷାଧ୍ୟକ୍ଷ ଶ୍ରୀ ଏଲ୍ ଏମ୍ ମହାପାତ୍ର , ସିତମ୍ ପରିଚାଳନା ସମିତି ର ଅନ୍ୟତମ ସଦସ୍ୟ ଇଞ୍ଜିିନିଅର ଜିତେନ୍ ପାଣିଗ୍ରାହୀ ଏବଂ ଅନ୍ୟତମ ଅତିଥି ଭାବେ ଶ୍ରୀ ନୀଳାଞ୍ଚଳ ଆଚାର୍ଯ୍ୟ ମଞ୍ଚାଶିନ ଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଶ୍ରୀ ଆର୍ ଡି ସାମଲ।ମୁଖ୍ୟ ଅତିଥି ଡ. ଝାନ୍ସୀ ସିଂହ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ଏହି ପ୍ରତିଷ୍ଠାନରେ ଶିକ୍ଷା ଗ୍ରହଣ କରି ସେମାନେ ଭବିଷ୍ୟତରେ ଉଜ୍ଜ୍ୱଲ କ୍ୟାରିଅର ଗଠନ କରିପାରିବେ। ତାଙ୍କ ଭାଷଣରେ ଶିକ୍ଷା ଓ ନୈତିକ ମୂଲ୍ୟବୋଧର ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମାରୋହରେ ପ୍ରତିଷ୍ଠାନର ବିଭିନ୍ନ କର୍ମଚାରୀ ଯଥା ସଂଖେଶ୍ୱର ପାଙ୍ଗି,ଲକ୍ଷ୍ମୀକାନ୍ତ ବିଡିକା, ଜିତେନ୍ଦ୍ର ମୁଦୁଲି , ନାରାୟଣ ପରିଡ଼ା, କ୍ଷୀରୋଦ ପାତ୍ର, ଏମ ଅର୍ ଚନ୍ଦ୍ରଶେଖର, ମୁକ୍ତିକାନ୍ତ ଶତପଥୀଙ୍କ ସମେତ ପାଞ୍ଚ ସହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସଭା ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା। ପ୍ରତିଷ୍ଠାତା ଚେୟାରମେନ ଶ୍ରୀକୃଷ୍ଣ ସିଂହ ନବାଗତ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୀତମ ଗୌରବାନ୍ଵିତ ହେବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ମେକାନିକାଲ ବିଭାଗରେ ଅଧ୍ୟାପିକା ଇ. ଉଷା କିରଣ ଧନ୍ୟବାଦ ଜ୍ଞାପନ କରିଥିଲେ।