ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମକୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା ସାପକୁ ଚିହ୍ନିବା, ସାପ କାମୁଡିଲେ ପ୍ରାଥମିକ ଚିକିତ୍ସା, ସମେତ ବନ୍ୟପ୍ରାଣୀ ଆଇନରେ ସାପର ସୁରକ୍ଷାକୁ ନେଇ ଥିବା ପ୍ରାବଧାନ ବିଷୟରେ ପିପିଟି ମାଧ୍ୟମରେ ବୁଝା ଯାଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଯେଉଁସବୁ ବିଷୟ ବୁଝା ଯାଇଥିଲା ସେଥିମଧ୍ୟରୁ କିଛି ବିଷୟକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉମେଶ କୁମାର ପାତ୍ର, ଏ. ସତ୍ୟ ନାରାୟଣ ସେନାପତି, ତ୍ରିପତି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ୱାରା ୧୦ ଜଣ ସର୍ପ ଉଦ୍ଧାରକଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ କୋଷାଧ୍ୟକ୍ଷ ଏମ. ଦିଲ୍ଲୀପ କୁମାର ମଞ୍ଚ ପରିଚାଳନା କରିଥିଲେ।
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି(ମନୋଜ ପିଢୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ…
ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ମଙ୍ଗଳ ବିଭାଗ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ: ହଷ୍ଟେଲ ପରିଚାଳନା ଓ ଶିକ୍ଷକ ଙ୍କ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଦାବି
ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ମଙ୍ଗଳ ବିଭାଗ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ: ହଷ୍ଟେଲ ପରିଚାଳନା ଓ ଶିକ୍ଷକ ଙ୍କ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଦାବି ରାୟଗଡ଼ା(…
ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ।
ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ । ଗଜପତି,(ମନୋଜ ପାଢ଼ୀ)ଅଦ୍ୟ ତା 06.02.2026 ଠାରୁ16.02.2026 ରିଖ ପଯ୍ୟନ୍ତ ମୋହନା ବ୍ଲକର 6 ଗୋଟି ସ୍ଥାନରେ ସୁରେନ୍ଦ୍ର ସାଇ ଚକ୍ଷୁ…
