ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର।

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର।

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର।
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ନିଖୋଜ ହୋଇଥିବା ବେଳେ ଆଉ ୬ ଜଣ ପହଁରି ପହଁରି କୂଳକୁ ଆସିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏ କାଲିଆ ବୋଲି ଜଣାପଡିଛି। ଆଜି ସକାଳୁ ୭ ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବେଳେ କୌଣସି କାରଣରୁ ଡଙ୍ଗା ଓଲଟି ପଡିଥିଲା। ଖବର ପାଇ ଗାଁ ଲୋକେ ଆସି ନିଖୋଜ ମତ୍ସ୍ୟଜୀବୀ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।