ସଂଘର୍ଷରୁ ସଫଳତା: ଛେଳିଗଡ ସ୍କୁଲର ଟପ୍ପର ହେଲେ ଛାତ୍ରୀ

ସଂଘର୍ଷରୁ ସଫଳତା: ଛେଳିଗଡ ସ୍କୁଲର ଟପ୍ପର ହେଲେ ଛାତ୍ରୀ

ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର ।

ଗଜପତି (ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକର ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ଗରୀବ ଶ୍ରେଣୀର ଝିଅ ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସାରା ଓଡିଶା ରେ ଦଶମ ପରୀକ୍ଷା ରିଜଲ୍ଟ ବାହାରିଥିବା ବେଳେ ଗଜପତି ଜିଲ୍ଲା ର ପାସ୍ ହାର ଏକ ନମ୍ବର ରହିଛି । ଜିଲ୍ଲା ରେ ମାତ୍ର ୬ ଜଣ ଏ ୱାନ୍ ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିମଧ୍ୟରୁ ଆର, ଉଦୟଗିରି ବ୍ଲକର ୩ ଜଣ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଗରିବ ଶ୍ରେଣୀର ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆର୍ ଉଦୟଗିରୀ ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ଲକ୍ଷ୍ମୀ ରାଣୀ ପାଣି ୫୪୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାପା ଧର୍ମେନ୍ଦ୍ର ପାଣି ପାଞ୍ଚ ବର୍ଷ ବୟସରେ ଲକ୍ଷ୍ମୀ ଙ୍କୁ ଛାଡି ଚାଲି ଯାଇଥିଲା। ସେବେଠାରୁ ଲକ୍ଷ୍ମୀ ଙ୍କ ମା ଭୁବନେଶ୍ବର ର ଏକ ହଷ୍ଟେଲ ରେ ରହି କୁଲି ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପାଠ ପଢ଼ାଇବା ସହ ପରିବାର ପ୍ରତି ପୋଷଣ କରନ୍ତି। ଗୋଟିଏ ପଟେ ମା ଭୁବନେଶ୍ବର ରେ କୁଲି ମଜୁରୀ କାମ କରି ରହୁଥିବା ବେଳେ ଲକ୍ଷ୍ମୀ ଓ ତାଙ୍କ ସାନ ଭାଇ ନିଜ ଅଜା ଘରେ ରହି ପାଠ ପଢ଼ୁଛନ୍ତି। ଲକ୍ଷ୍ମୀ ଦିନକୁ ୬ ରୁ ୮ ଘଣ୍ଟା ପାଠ ପଢ଼ି ପରିଶ୍ରମ କରି ଆଜି ନିଜ ସ୍କୁଲ ତଥା ବିଦ୍ୟାଳୟ ପାଇଁ ଗୌରଵ ଆଣି ପାରିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଜଣକ ଡାକ୍ତରୀ ହେବା ଲକ୍ଷ ରଖିଛନ୍ତି ।